ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ, ୪ ଗିରଫ
ମାଲକାନଗିରି, ୨୨ ଜୁଲାଇ (ହି.ସ.)- ମାଲକାନଗିରି ସଦର ମହକୁମାର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ମାଲକାନଗିରି ଏସପି ବିନୋଦ ପାଟିଲ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ଯେ ଏହା ଏକ ଗଣଦୁଷ୍କର୍ମ ଘଟଣା। ମାଲକାନଗିରି ଠାରୁ ୧୦ କି.ମି. ଦୂର ମାଲକାନଗିରି-ଜୟପୁର ରାସ୍
ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ, ୪ ଗିରଫ


ମାଲକାନଗିରି, ୨୨ ଜୁଲାଇ (ହି.ସ.)-

ମାଲକାନଗିରି ସଦର ମହକୁମାର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ମାଲକାନଗିରି ଏସପି ବିନୋଦ ପାଟିଲ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ଯେ ଏହା ଏକ ଗଣଦୁଷ୍କର୍ମ ଘଟଣା। ମାଲକାନଗିରି ଠାରୁ ୧୦ କି.ମି. ଦୂର ମାଲକାନଗିରି-ଜୟପୁର ରାସ୍ତାର ବିଜାଘାଟି ନିକଟରେ ଏହି ଦୁଷ୍କର୍ମ ଘଟଣା ଘଟିଛି। ମାଲକାନଗିରି ସଦର ଥାନା ଅଞ୍ଚଳର ଜଣେ ନାବାଳିକା ଗତ ରବିବାର ସନ୍ଧ୍ୟାରେ ଜଣେ ସାଙ୍ଗଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲା ବେଳେ ସେ କିନ୍ତୁ ଘରକୁ ଫେରିନଥିଲା। ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅଟିକୁ ପାଇ ନଥିଲେ।

ରାତିରେ ବିଜାଘାଟିର ସ୍ଥାନୀୟ ଲୋକେ ଜାତୀୟ ରାଜପଥ- ୩୨୬ ନିକଟରେ ନାବାଳିକାଙ୍କୁ ଏକ ଟ୍ରକ ଡ୍ରାଇଭର ସହ ସନ୍ଦେହଜନକ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ। ଫଳରେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭର ସହିତ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇ ଥିଲେ l ତଦନ୍ତ ବେଳେ ଆଉ ୩ ଜଣ ଯୁବକ ମଧ୍ୟ ପୀଡ଼ିତ ସହିତ ଦୁଷ୍କର୍ମ କରିଥିଵା ଜାଣିବାକୁ ପାଇଥିଲେ। ସେହି ୩ ଜଣ ଯୁବକ ମାଲକାନଗିରି ସଦର ମହକୁମାର ବୋଲି ଜଣାପଡିଛି। ଫଳରେ ପୋଲିସ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୀଡିତାଙ୍କୁ ଡାକ୍ତର ମାଇନା ପରେ ସ୍ଥାନୀୟ ଶକ୍ତି ସଦନ ଆଶ୍ରୟସ୍ଥଳୀରେ ରଖାଯାଇଛି। ବର୍ତ୍ତମାନ ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସୁସ୍ଥ ହେଲା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ପୀଡିତା ନାବାଳିକାର ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଓ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି।

ଏହି ଘଟଣା ପ୍ରଘଟ ହେବା ପରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ଓ କଂଗ୍ରେସର କର୍ମକର୍ତ୍ତା ମାନେ ପହଞ୍ଚି ଥାନା ନିକଟରେ ବିଭିନ୍ନ ନାରାବାଜି କରିଥିବା ବେଳେ ପୂର୍ବତନ ବିଧାୟକ ମାନସ ମାଡକାମୀ ଏବଂ ବିଜେଡ଼ିର କର୍ମକର୍ତ୍ତା ମାନେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ ଦାବି କରିଛନ୍ତି। ବର୍ତ୍ତମାନ ରାଜନୈତିକ ମହଲରେ ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande