କେନ୍ଦୁଝର, ୨୨ ଜୁଲାଇ (ହି.ସ.)- କେନ୍ଦୁଝରର ଧରଣୀଧର ବିଶ୍ବ ବିଦ୍ୟାଳୟରେ ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଦ୍ବାରା ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମିଳନୀ ଏବଂ ଆଲୋଚନାଚକ୍ରର ଶୃଙ୍ଖଳା ଅନୁଷ୍ଠିତ ହେବ। ଏଥିରେ ଦେଶ ବିଦେଶରୁ ଶହେରୁ ଅଧିକ ବିଷୟ ବିଶାରଦ ଯୋଗ ଦେଇ ସେମାନଙ୍କର ଅଭିଭାଷଣ ପ୍ରଦାନ କରିବେ। ଏଥିସହିତ ଏହି ଆଲୋଚନାଚକ୍ରରେ ଦୁଇଶହରୁ ଅଧିକ ଗବେଷକ ସେମାନଙ୍କର ପ୍ରବନ୍ଧ ପାଠ କରିବେ। ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥ୍ରେ ଅଂଶଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟର ଗବେଷଣା କାର୍ଯ୍ୟ ଆହୁରି ତ୍ବରାନ୍ବିତ ହୋଇପାରିବ ବୋଲି କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA