କେନ୍ଦୁଝର, ୨୨ ଜୁଲାଇ (ହି.ସ.)-
ଧରଣୀଧର ବିଶ୍ଵବିଦ୍ୟାଳୟରେ ନୂତନ କୁଳସଚିବ ଭାବରେ ଯୋଗ ଦେଇଛନ୍ତି ସୁଶ୍ରୀ ପ୍ରତିଭା ପୃଷ୍ଟି (ଓ ଏ ସ ସିନିୟର୍)। ସେ ଅସ୍ଥାୟୀ କୁଳସଚିବ ଡ଼କ୍ଟର ଶଶିକାନ୍ତ ଜେନାଙ୍କ ଠାରୁ ଗତକାଲି ପୂର୍ବାହ୍ନରୁ ଦାୟିତ୍ଵ ନେଇଛନ୍ତି । ଏହା ପୂର୍ବରୁ ସେ ଆଚାର୍ଯ୍ୟ ହରିହର କେନ୍ସର୍ ଇନଷ୍ଟିଚ୍ୟୁଟ ରେ ପ୍ରଶାସନିକ ଦାୟିତ୍ଵରେ ଥିଲେ। ତାଙ୍କର ଯୋଗଦାନରେ ବିଶ୍ଵବିଦ୍ୟାଳୟର କାର୍ଯ୍ୟ ଆହୁରି ତ୍ଵରାନ୍ଵିତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA