କେନ୍ଦୁଝରରେ ନୂତନ ରିସୋର୍ଟ ପ୍ରକଳ୍ପ ନିର୍ମାଣ ପାଇଁ କାମତ ହୋଟେଲ୍ସକୁ ଅନୁମତି
କେନ୍ଦୁଝର, ୨୨ ଜୁଲାଇ (ହି.ସ.)- ଓଡ଼ିଶା ପର୍ଯ୍ୟଟନ ବିଭାଗ କେନ୍ଦୁଝର ଜିଲ୍ଲାର ଭାଲିଆଡିହିରେ କାମତ୍ ହୋଟେଲ୍ସ (ଇଣ୍ଡିଆ) ଲିମିଟେଡସକୁ ଏକ ରିସୋର୍ଟ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛି। ୨୬ ଜୁନ ୨୦୨୫ରେ ଅନୁଷ୍ଠିତ ରାଜ୍ୟ ସିଂଗଲ୍ ୱିଣ୍ଡୋ କ୍ଲିଅରେନ୍ସ କମିଟି (SSWCC)ର ୪୧ତମ ବୈଠକରେ ଏହି ଅନୁମତି
କେନ୍ଦୁଝରରେ ନୂତନ ରିସୋର୍ଟ ପ୍ରକଳ୍ପ ନିର୍ମାଣ ପାଇଁ କାମତ ହୋଟେଲ୍ସକୁ ଅନୁମତି


କେନ୍ଦୁଝର, ୨୨ ଜୁଲାଇ (ହି.ସ.)-

ଓଡ଼ିଶା ପର୍ଯ୍ୟଟନ ବିଭାଗ କେନ୍ଦୁଝର ଜିଲ୍ଲାର ଭାଲିଆଡିହିରେ କାମତ୍ ହୋଟେଲ୍ସ (ଇଣ୍ଡିଆ) ଲିମିଟେଡସକୁ ଏକ ରିସୋର୍ଟ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛି। ୨୬ ଜୁନ ୨୦୨୫ରେ ଅନୁଷ୍ଠିତ ରାଜ୍ୟ ସିଂଗଲ୍ ୱିଣ୍ଡୋ କ୍ଲିଅରେନ୍ସ କମିଟି (SSWCC)ର ୪୧ତମ ବୈଠକରେ ଏହି ଅନୁମତି ଦିଆଯାଇଛି।

ହୋଟେଲ ପରିଚାଳନା କର୍ତ୍ତୁପକ୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରସ୍ତାବିତ ପ୍ରକଳ୍ପର ସ୍ଥାନ ପରିଦର୍ଶନ କରି ଆବଶ୍ୟକ କାଗଜପତ୍ର ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ସହିତ ଯୋଗାଯୋଗ କରିଛନ୍ତି। ଏହି ରିସୋର୍ଟ କାର୍ଯ୍ୟକାରୀ ହେଲା ପରେ କେନ୍ଦୁଝରର ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ପକାଇବ, ରୋଜଗାର ସୃଷ୍ଟି କରିବ ଏବଂ ଅର୍ଥନୈତିକ ବିକାଶକୁ ବଳ ଯୋଗାଇବାରେ ସହାୟକ ହେବ ।

ଏହି ପ୍ରକଳ୍ପ ଦେଶ ଏବଂ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରି କେନ୍ଦୁଝରର ସାଂସ୍କୃତିକ ଓ ପ୍ରାକୃତିକ ସମ୍ପଦକୁ ଉଜ୍ଜ୍ୱଳ ଭାବରେ ପ୍ରଦର୍ଶନ କରିବ, ଯାହା କେନ୍ଦୁଝର ତଥା ଓଡ଼ିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବରେ ଗଢି ତୋଳିବାରେ ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande