ଓଲଟିଲା 'ମୋ ବସ',  ଅଳ୍ପକେ ବର୍ତିଲେ ଯାତ୍ରୀ
ଓଲଟିଲା 'ମୋ ବସ',  ଅଳ୍ପକେ ବର୍ତିଲେ ଯାତ୍ରୀ
ଓଲଟିଲା 'ମୋ ବସ',  ଅଳ୍ପକେ ବର୍ତିଲେ ଯାତ୍ରୀ


ଓଲଟିଲା 'ମୋ ବସ',  ଅଳ୍ପକେ ବର୍ତିଲେ ଯାତ୍ରୀ


ସମ୍ବଲପୁର, ୨୨ ଜୁଲାଇ (ହି.ସ.)

ଦେଓଗଡ ଜିଲ୍ଲା ତିଳେଇବେଣୀ ବ୍ଲକ ପାଳକୁଦର ପଞ୍ଚାୟତ ଉଛବପାଲି-ସୋଡୋ ଗ୍ରାମ୍ଯ ରାସ୍ତାରେ ଓଡି ୨୮ ବି ୫୭୦୬ 'ମୋ ବସ' ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି । ଏହି ଅଘଟଣରେ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଗାଡି ଚାଲାକ ଏବଂ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ସୋଡୋ ଗ୍ରାମରୁ ତିଳେଇବଣୀ ଯାଉଥିବା ଏହି ବସଟି ମାତ୍ରାଧିକ ବେଗରେ ଯାଉଥିବା ବେଳେ ଚାଳକ ଜଣଙ୍କ ନିୟନ୍ତ୍ରଣ ହରାଇବା ଯୋଗୁଁ ରାସ୍ତା ପାର୍ଶ୍ବ ଚାଷ ଜମିରେ ଓଲଟି ପଡିଥିଲା। ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ କିଛି ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକି ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ଲୋକଙ୍କ ଭରସାଯୋଗ୍ୟ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଖବର ଜାଣିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande