ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତା ୧୯.୦୭.୨୦୨୫ ରିଖ ଠାରୁ ଆରମ୍ଭ
ବଲାଙ୍ଗିର, 22 ଜୁଲାଇ (ହି.ସ.) ଧାନ ସଂଗ୍ରହ ବର୍ଷ ୨୦୨୫-୨୬ ନିମନ୍ତେ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତା ୧୯.୦୭.୨୦୨୫ ରିଖ ଠାରୁ ଆରମ୍ଭ ହୋଇଅଛି । ଏହା ତା ୨୦.୮.୨୦୨୫ ରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ରଞ୍ଜନ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତା ୧୯.୦୭.୨୦୨୫ ରିଖ ଠାରୁ ଆରମ୍ଭ


ବଲାଙ୍ଗିର, 22 ଜୁଲାଇ (ହି.ସ.)

ଧାନ ସଂଗ୍ରହ ବର୍ଷ ୨୦୨୫-୨୬ ନିମନ୍ତେ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତା ୧୯.୦୭.୨୦୨୫ ରିଖ ଠାରୁ ଆରମ୍ଭ ହୋଇଅଛି । ଏହା ତା ୨୦.୮.୨୦୨୫ ରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ରଞ୍ଜନ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଚାଷୀ ପଞ୍ଜିକରଣ ସମ୍ପୂର୍ଣ ନୂତନ ଭାବରେ କରା‌ଯିବ ଏବଂ ପୂର୍ବ ବର୍ଷର ନବୀକରଣ କରାଯିବ ନାହିଁ । ଚଳିତ ବର୍ଷ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କର ଆଧାର ଭିରିକ E-kyc କରିବା ଏବଂ ବ୍ୟାଙ୍କ ଆକାଉଣ୍ଟ୍ ଗୁଡିକୁ ଆଧାର ସଂଯୋଗୀକରଣ ବାଧ୍ୟତା ମୂଳକ କରାଯାଇଅଛି । ସମସ୍ତ ଆଗ୍ରହୀ ଚାଷୀ ସମ୍ପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରୁ ଗୋଟିଏ ନୂତନ ପଞ୍ଜିକରଣ ଫର୍ମ ସଂଗ୍ରହ କରି ତା ୧୯.୦୭.୨୦୨୫ ରୁ ତା ୨୦.୮.୨୦୨୫ ରିଖ ମଧ୍ୟରେ ସମିତି କାର୍ଯ୍ୟାଳୟ ରେ ଆବେଦନ କରିପାରିବେ । ପଞ୍ଜିକରଣ ଫର୍ମ ସହିତ ସେମାନଙ୍କ ଆଧାର କାର୍ଡ, ମୋବାଇଲ ନମ୍ବର, ଅଧିକାର ଅଭିଲେଖ/ଖତିଆନ୍/ସ ଲିପି (ଆର୍.ଓ.ଆର୍), ଭାଗଚାଷୀଙ୍କ କ୍ଷେତ୍ରରେ ଜମି ମାଲିକଙ୍କ ସ‌ହମତି ପତ୍ର, ନିଜ ବ୍ୟତୀତ ଅନ୍ୟ ରେକର୍ଡ ଧାରୀଙ୍କ ଠାରୁ ସହମତି ପତ୍ର ଦାଖଲ କରିବା ଆବଶ୍ୟକ।

ପଞ୍ଜିକରଣ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ୩୭ ଟି ସୋସାଇଟିରେ ୭୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବିଭାଗ ପକ୍ଷରୁ ପ୍ରକାଶ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande