କନ୍ଧମାଳ ପୋଲିସ ପ୍ରଶାସନ ତରଫରୁ ପୋସ୍କୋ ସଚେତନତା କାର୍ଯ୍ୟକ୍ରମ
Pocso Awerness program in several educational institutions
ଫୋଟ


ଫୋଟ ୨


କନ୍ଧମାଳ, ୨୨ ଜୁଲାଇ(ହି.ସ.) – କନ୍ଧମାଳ ଏସପି ହରିଶ ବିଶିଙ୍କ ତତ୍ୱାବଧାନରେ କନ୍ଧମାଳ ପୋଲିସ ପ୍ରଶାସନ ତରଫରୁ ପୋସ୍କୋ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କନ୍ଧମାଳ ଏସପି ହରିଶ ବିଶି, ଆଡିସନାଲ୍ ଏସପି ବିଭୂତି ଭୂଷଣ ମହାପାତ୍ର ଫୁଲବାଣୀ ଏସଡିପିଓ ସୁଭ୍ରଜିତ ବିଶ୍ୱାଳ, ସାଇବର ଆଇଆଇସି ଗେଲି ସାହୁ, ମୁଖ୍ୟାଳୟ ଇନ୍ସପେକ୍ଟର ଦୀପିକାରେ ପ୍ରମୁହ ଯୋଗ ଦେଇଥିଲେ। ସଚେତନତା କାର୍ଯ୍ୟକ୍ରମ ସ୍ୱୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀ, ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ଏବଂ ସରକାରୀ ବହୁମୁଖି ବୈଷୟିକ ଶିକ୍ଷାନୁଷ୍ଠାନ କନ୍ଧମାଳରେ ସଚେତନତା କରାଇବା ସହ ପୋସ୍କୋ କଣ ପୋସ୍କୋ ଦ୍ୱାରା କେଉଁ କେଉଁ ଦଣ୍ଡ ବିଧାନ ହୁଏ କେତେ ବର୍ଷ ଦଣ୍ଡ ବିଧାନ ହୁଏ ତାହା ଫୁଲବାଣୀ ଏସଡିପିଓ ସୁରଜିତ ବିଶ୍ୱାଳ ପ୍ରାଞ୍ଜ୍ୱଳ ଭାବେ ବୁଝାଇବା ସହ ଏଥିରୁ ନିବୃତ ରହିବା ନିମନ୍ତେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ଅଭିଯାନର ଲକ୍ଷ୍ୟ ଥିଲା ଛାତ୍ର ଏବଂ କର୍ମଚାରୀ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଢାଂଚା ଏବଂ ସମସାମୟିକ ସୁରକ୍ଷା ଚିନ୍ତାଧାରା ବିଷୟରେ ସଚେତନ କରିବା, ବିଶେଷକରି ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି), ଯୌନ ଅପରାଧରୁ ଶିଶୁ ସୁରକ୍ଷା(ପୋକ୍ସୋ) ଆଇନ, କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା(ନିବାରଣ, ନିଷେଧ ଏବଂ ପ୍ରତିକାର)(ପିଓଏସଏଚ୍ ) ଆଇନ ଏବଂ ଗୁରୁତ୍ୱପୂର୍ଣ୍ଣ ସାଇବର ସାଇବର ସୁରକ୍ଷାକୁ ନେଇ ସାଇବର ଆଇଆଇସି ଗେଲି ସାହୁ ସାଇବର କ୍ରାଇମ କଣ କିପରି ସାଇବର ଠକାମୀର ଶିକାର ହେବାକୁ ପଡେ ସାଇବର ଶିକାର ହେବା ଦ୍ୱାରା କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ସାଇବର ଦ୍ୱାରା କିପରି ହଇରାଣ ଜନସାଧାରଣ ହେଉଛନ୍ତି, ସାଇବର କ୍ରାଇମ ଉପରେ ସମସ୍ତ ବିବରଣୀ ଦେବା ସହ ସାଇବର ଶିକାର ର ସମ୍ମୁଖୀନ କରୁଥିଲେ ୧୯୩୦ ନମ୍ବର କୁ କଲ କରି ନିଜର ଅସୁବିଧା ଜଣାଇବା ସହ ଅନ୍ୟ କିଏ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାଙ୍କୁ ଉଧାର କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande