ଜୟପୁର, ୨୨ ଜୁଲାଇ (ହି.ସ.)- 2017 ମସିହାରେ ପଟାଙ୍ଗୀ ଥାନା ଅଞ୍ଚଳରେ ନାବାଳିକା ପ୍ରତି ଘଟିଥିବା ଯୌନ ନିର୍ଯାତନା ମାମଲାର ବିଚାର କରି 10 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଏବଂ 8ଟି ଦସ୍ତାବିଜକୁ ଭିତ୍ତିକରି ଆଜି ଜୟପୁର ସ୍ୱତନ୍ତ୍ର ପୋକ୍ସ ଅଦାଲତ ବଡାପାଟୁ ଗ୍ରାମର ଦେବ ଖାବରାକୁ ପୋକ୍ସ ଆଇନର ଧାରା 8 ଅନୁଯାୟୀ 3 ବର୍ଷ ସଶ୍ରମ କାରାଦଣ୍ଡ ଏବଂ 20 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି |
ମାମଲା ବିବରଣୀ ରୁ ପ୍ରକାଶ ଯେ, 19.10.2017 ଦିନ 2ଟାରେ ନାବାଳିକା ନଦୀରୁ ଲୁଗାସଫା କରି ଫେରୁଥିବା ସମୟରେ ଦେବ ଖବରା ନିର୍ଜନ ସ୍ଥାନରେ ଜଗି ନାବାଳିକାଙ୍କ ହାତ ଧରି, ଲୁଗାପଟା ଟଣା ଓଟରା କରିବା ସମୟରେ ନାବାଳିକା ପାଟି କରିବାରୁ, ପାଟି ଶୁଣି ପୀଡିତା ନାବାଳିକାଙ୍କ ଭାଇ ଘଟଣାସ୍ଥଳରେ ପହଂଚିବାରୁ ଦେବ ସେହି ସ୍ଥାନରୁ ଚମ୍ପଟ ମାରିଥଲା | ନାବାଳିକା ଘଟଣା ବିଷୟରେ ପରିବାର ବର୍ଗଙ୍କୁ ଜଣାଇବା ପରେ ନିଜେ ପଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରି ଦେବ ଖବରା ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ | ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି