୭ଟି ମାମଲା :୧୫ ଅଭିଯୁକ୍ତ ଗିରଫ
ଜୟପୁର, ୨୨ ଜୁଲାଇ (ହି.ସ.) - ଜୟପୁର ଟାଉନ ପୋଲିସ ୭ଟି ମାମଲାରେ ୧୫ ଅଭିଯୁକ୍ତ କୁ ଗିରଫ କରିଛ । ଚୋରି, ଲୁଟ, ଦଦା ବଟି ଆଦାୟ ଭଲି ମାମଲାର ପ୍ରଦାଫାସ କରିଛି ଜୟପୁର ଟାଉନ ପୋଲିସ। ଏନେଇ ୭ଟି ମାମଲାରେ ୧୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ
୭ଟି ମାମଲା ୧୫ ଅଭିଯୁକ୍ତ   ଗିରଫ


ଜୟପୁର, ୨୨ ଜୁଲାଇ (ହି.ସ.) - ଜୟପୁର ଟାଉନ ପୋଲିସ ୭ଟି ମାମଲାରେ ୧୫ ଅଭିଯୁକ୍ତ କୁ ଗିରଫ କରିଛ । ଚୋରି, ଲୁଟ, ଦଦା ବଟି ଆଦାୟ ଭଲି ମାମଲାର ପ୍ରଦାଫାସ କରିଛି ଜୟପୁର ଟାଉନ ପୋଲିସ। ଏନେଇ ୭ଟି ମାମଲାରେ ୧୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନି ଆୟୋଜିନ କରାଯାଇଥିଲା । ଏଠାରେ କୋରାପୁଟ ଏସପି ରୋହିତ ବର୍ମା ଉପସ୍ଥିତ ରହି ସୁଚନା ଦେଇଥିଲେ । ସୂଚନା ଅନୁଯାଇ ୨.୩.୨୫ ତାରିଖରେ ଏମଜି ରୋଡର ସାଇ କ୍ରିଷ୍ଣା ହୋଟେଲ ନିକଟରେ ସେଲୁନ ଦୋକାନରୁ ଚୋରି ହୋଇଥିଲା । ୭୫/୨୫ ଏନେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଗୋପବନ୍ଦୁ ନଗରର ପଦ୍ମନ ମାଛ (୨୩) । ଗିରଫ ଅଭିଯୁକ୍ତ ଠାରୁ କଟର ମେସିନ, ଗ୍ରାଇଣ୍ଡର, ହାତୁଡି କପର ଓାଇର ଆଦି ଜବତ କରିଛି । ସେହିପରି ୧୬.୭.୨୫ ତାରିଖ ରାତ୍ର ରେ ଆମ୍ବିକା ହୋଟଲ ନିକଟରେ ୨ ଜଣ ଅଜଣା ଦୁର୍ବୁତ ମାଡ ମାରି ଲୁଟ କରିଥିଲେ । ୪୦ ହାଜର ଟଙ୍କା, ୩ଟି ଏମଟିଏମ କାର୍ଡ, ଡ୍ରାଇଭଙ୍ଗ ଲାଇସେନ୍ସ ଆଦି ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ୨୫୫/୨୫ ମାମଲା ରୁଜୁ ହୋଇଥିଲା । ଏହି ମାମଲା ରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋପବନ୍ଦୁ ନଗର ସନ୍ତୋଷ ଆଚାଯ୍ୟ (୨୧) ବାଦଲ ପୁଜାରି (୧୯) । ଏମାନଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଛି ପୋଲିସ । ସେହିପରି ୨୮.୩.୨୫ ତାରିଖରେ ଗୋଟିଏ ଦୋକାନରୁ ୨ଟି ମୁଜିକ ସିଷ୍ଟମ, ୪ଟି ସ୍ପିକର, ୧୬ ହଜାର ଟଙ୍କା, ୨ଟି ତାଲା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭି ଯୋଗ ଆଧାରରେ ପୋଲିସ ୧୩୫/୨୫ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଆଧାରରେ ଜଣେ ଅଭିଯୁକ୍ତ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ହାଟପଦାର ରାଜୁ ଏଲିୟସ ମୋଟୁ ମାଝୀ (୨୩) । ସେହିପରି ୨୦.୭ .୨୫ ତାରିଖରେ ୨ ଜଣ ଅଜଣା ଦୁର୍ବୁତ ପାରାବେଢା ସ୍ଥିତ ଏସବିଆଇ ଏଟିଏମ କୁ ଲକ କରୁଥିଲେ ଏନେଇ ୨୬୫/୨୫ ମାମଲା ରୁଜୁ କରିଛି । । ଫେବିକ୍ୟୁକ ଲଗାଇ ଟଙ୍କା ଲୁଟ କରିଥିବା ସିସି ଟିଭି ଫୁଟେଜ ଆଧାରରେ ୨ ଜଣକୁ ଗିରଫ କରିଛି । ସେମାନେ ହେଲେ ହରିୟାଣା ରାଜ୍ୟର ରସିଦ (୨୯) ମୋହିନ (୨୯) ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୩ ହଜାର, ଫେବିକ୍ୟୁଟ, ଆଇରନ ପ୍ଲେଟକୁ ଜବତ କରିଛି । ଜୟପୁର ସହରର ଖ୍ରୀଷ୍ଟିଆନପେଟା ବିଜୁ ରାଜନଗର, ନୁଆସାହି ଏବଂ ଡିଆଇସି କୋଲନି ମଧ୍ୟରେ ଗୋଷ୍ଠି ସଂର୍ଘଷ ରେ ୨୬୨/୨୫, ୨୬୩/୨୫ ମାମଲା ରୁଜୁ କରି ୫ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିଜୁ ରାଜ ନଗରର ହିପ୍ରମ ନାଗ (୧୯) ପିୟୁସ ଖଲା (୧୯) ଗୋପବନ୍ଦୁ ନଗର ଅଙ୍ଗନ ସାଗର (୨୦) ନୁଆସାହିର ସନ୍ତୋଷ କଚିମ (୨୦) ନୁଆ ସାହି ୪ର୍ଥ ନାଇନ ପିଂଟୁ ହିଆଲ (୨୧) । ସେହିପରି ୨୨.୭.୨୫ ତାରିଖରେ ପୋଲିସ ପେଟ୍ରୋଲି କରୁଥିବା ବେଲେ ସୁଚନା ପାଇ ଥିଲା ଯେ ପୁରୁଣାଗଡ ଛକରେ ଦାଦା ବଟି ଆଦାୟ ସୁଚନା ପାଇ ଚଢାଉ କରିଥିଲା । ଅଭିଯୁକ୍ତ ମାନେ ପରିବା ବିକାଲଳି ଦୋକାନ ଠାରୁ ବଟି ଆଦାୟ କରୁଥିବା ବେଳେ ଚଢାୁ କରି ୪ ଜଣ କୁ ଗିରଫ କରିଛି । ଏମାନଙ୍କ ନାମରେ ୨୬୬/୨୫ ମାମଲା ରୁଜୁ କରି ଗିରଫ ଗ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହାଟପଦାର ରାଜୁ ଏଲିୟସ ମୋଟୁ ମାଝୀ (୨୩) ଚିଲିଗୁଡାର ଆକାଶ ହରିଜନ (୨୦), ଗୋପବନ୍ଦୁ ନଗର ଦଇତାରି ଏଲିୟସ ମହେଶ ସାଗର (୨୯) ଓ ରବିନ୍ଦ୍ର ବାଘ (୩୦) । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନିର ଏସଡିପିଓ ପାର୍ଥ କଶ୍ୟପ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande