ସମ୍ବଲପୁରୀ ବସ୍ତ୍ରଶିଳ୍ପର ଉନ୍ନତି ପାଇଁ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ସହ ବରଗଡ ସାଂସଦଙ୍କ ଆଲୋଚନା
ସମ୍ବଲପୁର, ୨୨ ଜୁଲାଇ (ହି.ସ.) - ଓଡିଶାର ସମ୍ବଲପୁରୀ ବସ୍ତ୍ର ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ବିଶ୍ୱ ଦରବାରରେ ଏହି ବସ୍ତ୍ରର ଚାହିଦା ମଧ୍ୟ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତକୁ ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ କରାଯିବ
ସମ୍ବଲପୁରୀ ବସ୍ତ୍ରଶିଳ୍ପର ଉନ୍ନତି ପାଇଁ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ସହ ବରଗଡ ସାଂସଦଙ୍କ ଆଲୋଚନା


ସମ୍ବଲପୁର, ୨୨ ଜୁଲାଇ (ହି.ସ.) - ଓଡିଶାର ସମ୍ବଲପୁରୀ ବସ୍ତ୍ର ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ବିଶ୍ୱ ଦରବାରରେ ଏହି ବସ୍ତ୍ରର ଚାହିଦା ମଧ୍ୟ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତକୁ ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ କରାଯିବା ଆବଶ୍ୟକତା ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଆଲୋଚନା କରିଛନ୍ତି ।

ଏହି ଆଲୋଚନା କାଳରେ ପଦ୍ମପୁର ଠାରେ ବୁଣାକାରମାନଙ୍କ ପାଇଁ ଏକ ସ୍ଥାୟୀ କମ୍ପେ୍ଲକ୍ସ ନିର୍ମାଣ ପାଇଁ ସାଂସଦ ଗୁରୁତ୍ୱଦେଇ ଏହାର ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଗିରିରାଜଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ପଦ୍ମପୁର ସ୍ଥିତ ମହୁଲପାଲି ବୁଣାକାର କେନ୍ଦ୍ରକୁ ନିକଟସ୍ଥ ସୋନପୁର, ସମ୍ବଲପୁର, ବରଗଡ ପରି ଅନ୍ୟ ଜିଲ୍ଲାର ବୁଣାକାର ମାନେ ବ୍ୟବସାୟ କରିବା ପାଇଁ ସପ୍ତାହକୁ ଥରେ ଆସୁଥିଲେ । କିନ୍ତୁ ପରବର୍ତୀ ସମୟରେ ସେହି କେନ୍ଦ୍ର ବର୍ତମାନ ବନ୍ଦ ହେବା ଅବସ୍ଥାରେ ରହିଛି। ତେଣୁ ବୁଣାକାର ଓ ବ୍ୟବସାୟୀଙ୍କ ସ୍ଥାୟୀ ବ୍ୟବସ୍ଥା କରାଯିବା ନେଇ ବରଗଡ ସାଂସଦ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ଠାରେ ବିଶେଷ ଆଲୋଚନା କରି ସମ୍ବଲପୁରୀ ବସ୍ତ୍ର କୁ ଅଧିକ ସର୍ବବିଦିତ କରିବା ପାଇଁ ଆଲୋଚନା କରିବା ସହିତ ଯୋଜନା ଭିତିକ ପତ୍ର ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande