ସମ୍ବଲପୁର, ୨୨ ଜୁଲାଇ(ହି.ସ.) – ସରକାର ଶିକ୍ଷାକୁ ପ୍ରାଧାନ୍ୟ ଦେଇ ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କଲେ। ଏହି ଯୋଜନାରେ ନିଃଶୁଳରେ ଶିକ୍ଷା ଯୋଗାଇବାର ପ୍ରାବଧାନ ଥିବାବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଏହି ଯୋଜନା ବାଟବଣା ହୋଇପଡିଛି। ସୂଚନା ଅନୁଯାଇ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସର୍ଡା ପଂଚାୟତ ପଥୁରିଆ ଗ୍ରାମର ବଳରାମ ଦେହୁରୀ ନିଜ ପୁଅ ରଞ୍ଜନ ଦେହୁରୀଙ୍କୁ ପଠା ପଢ଼ାଇବା ପାଇଁ ବିଦ୍ୟାଳୟରୁ ଆରମ୍ବ କରି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିଅଂଟ ହୋଇଥିବାବେଳେ ଆଜିକୁ ପ୍ରାୟ ଚାରି ମାସ ହେବାକୁ ଯାଉଥିବାବେଳେ ଶିଶୁଟିର ନାମ ଲେଖିବାରେ ବିଫଳ ହୋଇଛି ଜମନକିରା ହାଇସ୍କୁଲ ଏବଂ ଜମନକିରା ଶିକ୍ଷା ବିଭାଗ କାର୍ଯ୍ୟାଳୟ। ବିଗତ ଚାରିମାସରୁ ବାରମ୍ବାର ପୁଅର ନାମ ଲେଖାଇବାକୁ ଜମନକିରା ହାଇସ୍କୁଲକୁ ଆସୁଥିବା ସତ୍ୱେ ତାଙ୍କ ନାମ ଲେଖିପାରୁନାହାନ୍ତି ଏହି ବିଦ୍ୟାଳୟର ଶିକ୍ଷକମାନେ। ପୁଅକୁ ୧୪ ବର୍ଷ ନ ହେଲେ ଜମନକିରା ହାଇସ୍କୁଲରେ ନାମ ଲେଖିପାରିବେ ନାହଁ ବୋଲି ଉତର ଦେଇ ଫେରାଇ ଦେଇଛନ୍ତି ବିଦ୍ୟାଳୟ ଶିକ୍ଷକ। ସର୍ଡକ୍ଷ ହାଇସ୍କୁଲ ରେ ପଠା ପଢ଼ୁଥିବା ସମୟରେ ଅଷ୍ଟମ ଶ୍ରେଣୀ ପାସ କରିବା ପରେ ନବମ ଶ୍ରେଣୀରେ ପାଠ ନ ପଢି ଗୋଟିଏ ବର୍ଷ ଡ୍ରପ ଆଉଟ ହୋଇରହିଥିବା ବେଳେ ବର୍ତମାନ ପୁଣି ବିଦ୍ୟାଳୟ ଯିବାକୁ ଚାହୁଁଥିବା ସତ୍ୱେ ବିଦ୍ୟାଳୟ ରେ ନାମ ଲେଖା ଯାଇପାରୁନାହିଁ ଏପରିକି ଜମନକିରା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଭେଟି ନିଜ ଅସୁବିଧା ସମ୍ପର୍କରେ ଜଣାଇଥିବା ସତ୍ୱେ ତାଙ୍କ ନାମ ଲେଖାଯାଇପାରୁନାହିଁ। ଏପରିକି ଏ ସମ୍ପର୍କରେ ପୂର୍ବତନ ଶିକ୍ଷକ ତଥା ବରିଷ୍ଠ ସମାଜସେବି ରବୀନ୍ଦ୍ର ପାଣିଗ୍ରାହୀ ଜମନକିରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଆଲୋଚନା କରିଥିବା ସତ୍ୱେ ଶିଶୁଟିର ନାମ ଲେଖାଯାଇପାରୁନାହିଁ ଏଣୁକରି ସମ୍ବଲପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଜମନକିରା ବ୍ଲକ ଶିକ୍ଷା ଅଧିକାରୀ ରୁକ୍ମଣ ପଟେଲଙ୍କୁ ପଚାରିବାରୁ ଉକ୍ତ ବାପ ପୁଅ ମୋ ପାଖକୁ ଆସିଥିଲେ ମୁଁ ଜମନକିରା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ତାଙ୍କ ନାମ ଲେଖିବାକୁ କହିଥିଲି ହେଲେ ପରେ ଜାଣିବାକୁ ପାଇଲି ତାଙ୍କ ନାମ ଲେଖାଯାଇ ପାରିନାହିଁ ମୁଁ ଏହାର ସମାଧାନ କରି ଶିଶୁଟିର ନାମ ଲେଖାଇବାକୁ ଚେଷ୍ଟା କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ହେଲେ ବିଡମ୍ବନାର ବିଷୟ ଶିକ୍ଷା ଅଧିକାରୀଙ୍କ ଆଦେଶ ପରେ ମଧ୍ୟ ଜମନକିରା ହାଇସ୍କୁଲର ପ୍ରଧାନ ଶିକ୍ଷକ କାହିଁକି ତାଙ୍କ ନାମ ଲେଖିଲେ ନାହିଁ ତାହା ତଦନ୍ତ ସାପେକ୍ଷ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ