ଟ୍ରାକ୍ଟର ଚକା ତଳେ ଚାଲିଗଲା ଯୁବକଙ୍କ ଜୀବନ
ଭଦ୍ରକ, ୨୨ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଗୁଆମାଳ ପଂଚାୟତ ଅଧୀନ ଗଣ୍ଡପଡ଼ା ଗ୍ରାମର ଚିତରଂଜନ ନାୟକଙ୍କ ପୁଅ ବିଶ୍ୱରଂଜନ ନାୟକ (୨୮)ଙ୍କର ଟ୍ରାକ୍ଟର ଚକା ତଳେ ଜୀବନ ଚାଲି ଯାଇଛି। ମୃତ ବିଶ୍ୱରଂଜନ ଗଞ୍ଜାମ ଜିଲା ବ୍ରହ୍ମପୁରରେ ଏକ ଘରୋଇ କାମ୍ପାନୀରେ ଚାକିରୀ କରୁଥିଲେ। ରବିବାର ସନ୍ଧ୍ୟା
ଟ୍ରାକ୍ଟର ଚକା ତଳେ ଚାଲିଗଲା ଯୁବକଙ୍କ ଜୀବନ


ଭଦ୍ରକ, ୨୨ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଗୁଆମାଳ ପଂଚାୟତ ଅଧୀନ ଗଣ୍ଡପଡ଼ା ଗ୍ରାମର ଚିତରଂଜନ ନାୟକଙ୍କ ପୁଅ ବିଶ୍ୱରଂଜନ ନାୟକ (୨୮)ଙ୍କର ଟ୍ରାକ୍ଟର ଚକା ତଳେ ଜୀବନ ଚାଲି ଯାଇଛି। ମୃତ ବିଶ୍ୱରଂଜନ ଗଞ୍ଜାମ ଜିଲା ବ୍ରହ୍ମପୁରରେ ଏକ ଘରୋଇ କାମ୍ପାନୀରେ ଚାକିରୀ କରୁଥିଲେ। ରବିବାର ସନ୍ଧ୍ୟାରେ ସେ ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ମୋଟର ସାଇକେଲରେ ଫେରୁଥିବା ବେଳେ ଟ୍ରାକ୍ଟର କାଜୁଆଲରେ ପିଟି ହୋଇ ପଡ଼ି ଯାଇଥିଲେ। ଫଳରେ ଟ୍ରାକ୍ଟର ତାଙ୍କ ଉପରେ ଚଢ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକ ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଯୋଗ୍ୟ ଯେ ବିଶ୍ୱରଂଜନ ଗତ ୨ମାସ ତଳେ ବିବାହ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande