କାମାକ୍ଷାନଗର, ୨୨ ଜୁଲାଇ (ହି.ସ.)- ଜଳ ନିୟନ୍ତ୍ରଣ ଗେଟ୍ ସଫା କରାଯାଉଥିବା ବେଳେ ଜଳଯୋଗାଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ଅସାବଧାନତା ଯୋଗୁଁ ରେକୁଳା ରାମିଆଳ ନଦୀରେ ସେ ଭାସିଯାଇଥିବା ଆଶଙ୍କା କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଛି । ନିଖୋଜ କର୍ମଚାରୀଙ୍କୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ ଅଦ୍ୟାଧି ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ