ପ୍ରଦର୍ଶନୀ ମହିଳା ଫୁଟବଲ ଖେଳ ଜେଏସଡବ୍ଲୁବିପକ୍ଷରେ ତାରିଣୀ ଫୁଟବଲ ଏକାଡେମୀ ୨-୧ ଗୋଲରେ ବିଜୟୀ
କେନ୍ଦୁଝର, ୨୨ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆଜି ୬୪ ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଂଟର ବିଶ୍ରାମ ଦିବସ ଅବସରରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ତାରିଣୀ ଫୁଟବଲ ଏକାଡେମୀ ଏବଂ ଜେଏସଡବ୍ଲୁ ଫାଉଣ୍ଡେସନ
Women exibition match


କେନ୍ଦୁଝର, ୨୨ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆଜି ୬୪ ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଂଟର ବିଶ୍ରାମ ଦିବସ ଅବସରରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ତାରିଣୀ ଫୁଟବଲ ଏକାଡେମୀ ଏବଂ ଜେଏସଡବ୍ଲୁ ଫାଉଣ୍ଡେସନ ମଧ୍ୟରେ ଅନୁଷ୍ଠିତ ଏକ ତୀବ୍ର ପ୍ରତିଦ୍ୱନ୍ଦିତା ତଥା ସଂଘର୍ଷପୂର୍ଣ୍ଣ ଏହି ପ୍ରଦର୍ଶନୀ ଖେଳରେ କେନ୍ଦୁଝରର ତାରିଣୀ ଫୁଟବଲ ଏକାଡେମୀ ଜଜାଙ୍ଗର ଜେଏସଡବ୍ଲୁ ଫାଉଣ୍ଡେସନ ବିପକ୍ଷରେ ୨-୧ ଗୋଲରେ ବିଜୟୀ ହୋଇଛି । ପ୍ରଥମାର୍ଦ୍ଧ ଖେଳର ୨୦ତମ ମିନିଟରେ ଜେଏସଡବ୍ଲୁର ଗୋଲ ରକ୍ଷକ ରଞ୍ଜିତା ପାତ୍ର ନିଜ ସ୍ଥାନ ଛାଡି ଆଗକୁ ଚାଲିଆସିଥିବା ବେଳେ ତାରିଣୀ ଏକାଡେମୀ ଖୋଲା ଗୋଲ ପୋଷ୍ଟରେ ଗୋଲ ଦେବାର ଏକ ସୁଯୋଗ ପାଇଥିଲା ମାତ୍ର ପ୍ରତିପକ୍ଷ ଦଳର ୧୦ ନମ୍ବର ଖେଳାଳି ଅର୍ଚ୍ଚିତକ୍ଷ ରାଉତ ଏକ କର୍ଣ୍ଣର ବିନିମୟରେ ଦଳକୁ ଏକ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ । ପରେ ପରେ ୨୬ତମ ମିନିଟରେ ଜେଏସଡବ୍ଲୁ ପକ୍ଷରୁ ୯ ନମ୍ବର ଖେଳାଳି ତାରିଣୀ ନାଏକ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ପ୍ରଥମକ୍ଷର୍ଦ୍ଧ ଖେଳରେ ୧-୦ ଗୋଲରେ ପଛୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧ ଖେଳରେ ତାରିଣୀ ଫୁଟବଲ ଏକାଡେମୀ ପରସ୍ପର ମଧ୍ୟରେ ବୁଝାମଣା ରକ୍ଷାକରି ପ୍ରତିପକ୍ଷ ରକ୍ଷଣ ଭାଗକୁ ବ୍ୟତିବ୍ୟସ୍ତ କରିଦେଇଥିଲେ । ଦ୍ୱିତୀୟକ୍ଷର୍ଦ୍ଧର ୫୫ ମିନିଟରେ ତାରିଣୀ ଫୁଟବଲ ଏକାଡେମୀର ଏନ ରୋସନି ଦଳ ପକ୍ଷରୁ ଗୋଲଟିକୁ ପରିଶୋଧ କରିଥିବା ବେଳେ ୬୨ତମ ମିନିଟରେ ଦଳ ପକ୍ଷରୁ ମିଡ଼ ଫିଲଡର ମଲ୍ଲୀ ମୁଣ୍ଡା ବିଜୟ ସୂଚକ ଗୋଲଟି ଦେଇଥିଲେ ।

ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ମୁଖ୍ୟ ଅତିଥି ଜେଏସଡବ୍ଲୁ ଫାଉଣ୍ଡେସନର ସବିଲ କୁମାର ଝା ଏବଂ ଧରଣୀଧର ମହାବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ଡ ବନବିହାରୀ ମିଶ୍ରଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆ ଯାଇଥିଲା । ଆଜିର ଏହି ଖେଳରେ ଜିଲ୍ଲା କ୍ରୀଡା ସଂସ୍ଥାର ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ,ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ , ରାଜକୁମାର ମିଶ୍ର,ସୁରେଶ ଚନ୍ଦ୍ର ରଣା, ଗିରୀଶ ଚନ୍ଦ୍ର ହୋତା, ସନାତନ ବେହେରା , ଫାଓ ର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ, ଚୟନକର୍ତା କରୁଣାକର ବେହେରା, ବରିଷ୍ଠ ଆଇନଜୀବୀ ଚତୁର୍ଭୁଜ ହୋତା,ବୀରେନ୍ଦ୍ର ମହାନ୍ତ ଏବଂ ଜେଏସଡବ୍ଲୁ ଫାଉଣ୍ଡେସନର କୋଚ କୃଷ୍ଣ ଚନ୍ଦ୍ର ମହାନ୍ତ ପ୍ରମୁଖ ମଂଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ କ୍ଷ ଆଜି ଅନୁଷ୍ଠିତ ଖେଳରେ ବିଜୁ ମୁର୍ମୁ ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ସନ୍ତୋଷ ମହାକୁଢ଼ ଓ ଲଷ୍ମୀଧର ସି ସହାୟତା କରିଥିଲେ । ଚତୁର୍ଥ ରେଫରୀ ଥିଲେ ଜଗବନ୍ଧୁ ମହାନ୍ତ । ଏହି ପ୍ରଦର୍ଶନୀ ଫୁଟବଲ ଖେଳରେ ଭାଷ୍ୟକାର କ୍ଷୀରୋଦ କୁମାର ଗିରି ଧାରବିବରଣୀ ପ୍ରଦାନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ । ଆସନ୍ତାକାଲି କେନ୍ଦୁଝର ଷ୍ଟାଡିୟମ ଠାରେ ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରଷ ଫୁଟବଲ ଟୁର୍ନାମେଂଟର ଜୋନାଲ ଫାଇନାଲରେ ରାଉରକେଲା ଷ୍ଟିଲ ପ୍ଲାଂଟ ସୁନ୍ଦରଗଡ଼କୁ ଭେଟିବ ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande