କୋରାଇ, ୨୨ ଜୁଲାଇ(ହି.ସ.) – ପାଣିକୋଇଲି ଥାନା ତଥା ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନମଟିକିରି ଗ୍ରାମ ନିକଟରୁ ବିଦ୍ୟୁତ ଖୁଂଟ ଚୋରି ହେବା ନେଇ ପାଣିକୋଇଲି ବିଦ୍ୟୁତ ବିଭାଗର ଅଧିକାରୀ (ଟିପିଏନଓଡିଏଲ) ଜତିନ୍ଦ୍ର ନାଥ ସାହୁ ପାଣିକୋଇଲି ଥାନାରେ ବୁଧବାର ଅଭିଯୋଗ କରିଥିଲେ । ଖବରପାଇ ଶ୍ରୀ ସାହୁ ଘଟଣାସ୍ଥଳ ପନରିଦର୍ଶନ କରିଥିଲେ । ସେଠାରୁ ଜାଣିବାକୁ ପାଇଲେ ପାଣିକୋଇଲିର ସାଜନ ନାମକ କବାଡିଆ ଏହାକୁ ଭାଂଗି ନେଇଯାଇଛି । ଅଭିଯୋଗ ପରେ ଏକ ମାମଲା ୨୧୭/୨୫ ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ଚାନ୍ଦପୁର ଠାରେ ଥିବା ସାଜନ କବାଡିଆ ଦୋକାନରେ ଚଢାଉ କରି ଗିରଫ କରିଥିବା ବେଳେ ତାକୁ ଅଦାଲତ ଚାଲାଣ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ନମଟିକରି ଗ୍ରାମର ବଳରାମ ଦଳେଇ(୩୨)କୁ ଆଜି ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତଧିକାରୀ ଏଏସଆଇ ସୋମନାଥ ରାଉତଙ୍କ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି