ଧର୍ମଶାଳା,୨୨ଜୁଲାଇ(ହି.ସ.) - ରାଜ୍ୟରେ ଛତୁ ଫୁଟିଲା ପରି ଘରୋଇ ଓଡିଆ ଓ ଇଂରାଜୀ ମିଡିୟମ ସ୍କୁଲ । ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଶିକ୍ଷାଦାନ କରିବା ଏକ ମହତ୍ କାର୍ଯ୍ୟ । ଏଥି ପାଇଁ ବିଭିିନ୍ନ ଅନୁଷ୍ଠାନ ପକ୍ଷରୁ ଟ୍ରଷ୍ଟ କରି ସ୍କୁଲ ପରିଚାଳନା କରୁଛନ୍ତି । ଏବେ ମହତ୍ କାର୍ଯ୍ୟ ପରିବର୍ତେ ବ୍ୟବସାୟରେ ପରିଣତ ହେବା ସହ ଅବିଭାବକମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରାଯାଉଛି । ଗୁଣାତ୍ମ ଶିକ୍ଷା ପ୍ରଦାନ ନାମରେ କେବଳ ଲାଭ ଉଦ୍ଦେଶ୍ୟ ରଖି ଘରୋଇ ସ୍କୁଲମାନ ସବୁ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ଗଢି ଉଠିଛି । ସେହିପରି ଯାଜପୁର ଜିଲାରେ ଶତାଧି ଘରୋଇ ସ୍କୁଲ ଥିବା ବେଳେ ଅନେକ ସ୍କୁଲରେ ରାଜ୍ୟ ସରାକର ଓ ଜିଲା ପ୍ରଶାସନର କୌଣସି ଅନୁମତି ପତ୍ର ନାହିଁ । ଅନେକ ସ୍କୁଲମାନଙ୍କରେ ଆବଶ୍ୟକୀୟ ଭିତିଭୂମି ନ ଥବବାରୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତିପ୍ରାପ୍ତ ପତ୍ର ମିଳି ପାରୁ ନାହିଁ । ସେହିପରି ଏକାଧିକ ଇଂରାଜୀ ମିଡିୟମ ସ୍କୁଲ ସିବିଏସ୍ଇ(ଆଫିଲେସନ) ସହ ବନ୍ଧିତ ବେଆଇନଭାବରେ ହାତେଶ ଥିବା ଘଟଣାକୁ ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଜିଲାର କୋରାଇ ବ୍ଳକର କୁସୁନପୁରସ୍ଥିତ ଦେବ ଇଂଟରନେସନାଲ ସ୍କୁଲ,ଧର୍ମଶାଳା ବ୍ଲକ ହରିଦାସପୁରସ୍ଥିତ ଗୁରୁକୂଳ ପବ୍ଲିକ୍ ସ୍କୁଲ ଓ ଯାଜପୁର ଟାଉନସ୍ଥିତ ଆପେକସ ଇଂରାଜୀ ମିଡିୟମ ସ୍କୁଲ ସିବିଏସ୍ଇ(ଆଫିଲେସନ) ସହବନ୍ଧିତ ଆଇନ-୨୦୧୮କୁ ଉଲଂଘନ କରି ସହବନ୍ଧିତ (ଆଫିଲେସନ) ପାଇଥିବାର ଅଭିଯୋଗ ହୋଇଛି । ସିବିଏସ୍ଇ ଏକ ପରିବାର ନିୟନ୍ତ୍ରିତ ଟ୍ୟଷ୍ଟ ଅଥବା ଗୋଟିଏ ପରିବାର ଏକାଧିକ ସଦସ୍ୟ ଥିବା କୌଣସି ଟ୍ରଷ୍ଟକୁ ସବିସିଏସ୍ଇ(ଆଫିଲେସନ) ଦେଇ ପାରିବ ନାହିଁ । ଯାହାକି ଏହି ସମସ୍ତ ସ୍କୁଲ ପରିଚାଳିତ ଟ୍ରଷ୍ଟରେ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ରହିଥିବାର ଅଭିଯୋଗ ହୋଇଛି । ସେହପରି ଦେବ ସ୍କୁଲ ବିଦ୍ୟାଳୟ ପରିଚାଳନା କମିଟି ଓ ପିତାମାତା ଶିକ୍ଷକ କମିଟି ସିବିଏସଇ ସହବନ୍ଧିତ ଆଇନ ଅନୁସାରେ ଗଠନ ହୋଇ ନାହିଁ । ଏହି ଦୁଇ କମିଟିରେ ଟ୍ରଷ୍ଟ ସଦସ୍ୟ ଥବବାରୁ ପରିଚାଳିତ ବିଦ୍ୟାଳୟ ଗୋଟିଏ ପରିବାର ନିୟନ୍ତ୍ରଣ ଥିବାର ମଧ୍ୟ ଅଭିଯୋଗ ହୋଇଛି । ସିବିଏସଇ ୱେବସାଇଟ ରହିବ ଓ େଓଥିରେ ବିଦ୍ୟାଳୟର ସମସ୍ତ ତଥ୍ୟ ରହିବ । ମାତ୍ର ଆପେକ୍ସ ଇଂରାଜୀ ବିଦ୍ୟାଳୟର ନିଜସ୍ୱ ୱେବସାଇଟ ନ ଥବବାର ଅଭିଯୋଗ ଆସିଛି । ୱେସାିଟ ନ ଥବବା ର ବିଦ୍ୟାଳୟ ର ସ୍ୱଚ୍ଛତା ଉପରେ ଅଭିଯୋଗକାରି ପ୍ରଶ୍ନ ଉଠାଇଛନ୍ତି । ସେହିପରି ଉକ୍ତ ବିଧ୍ରାଳୟ ଗୁଡିକ ଅନେକ ନିୟମ ଉଲଂଗନ କରିଥବବା ଜଣାପଡିଛି । ଏହି ବିଦ୍ୟାଳୟ ଗୁଡିକୁ ସିବିଏସଇ ସହବନ୍ଧିତ ଆଇନ ୨୦୧୮ ଉଲଂଘନ କରୁଥିବାରୁ ସାମାଜିକ କର୍ମୀ ମଂଟୁ ଦାସ ଓ ବିଶ୍ୱଜିତ ମାଝି ଜିଲାପାଳଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀ ପଦକ୍ଷେପ ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଯୋଗକାରୀ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ