ନକଲି ଚାଷୀ ଖୋଜିବେ ସରକାର
ଧାନ ବିକ୍ରୀ ପାଇଁ ପଞ୍ଜିକରଣ ବେଳେ ଚାଷୀଙ୍କ ଇ-କେୱାସି ବାଧ୍ୟତାମୂଳକ ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ପଞ୍ଜିକରଣ ସମୟରେ ଚାଷୀ ମାନେ ଆଧାର କାର୍ଡ ଦାଖଲ ସହ ଇ-କେୱାସି କରିବା ବାଧ୍ୟତାମୂଳକ ହେବ। ନକଲି ଚାଷୀ ତଥା ଦଲାଲଙ୍କୁ ଧରିବା ପାଇଁ ଚଳିତ ଥର ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯୋଗାଣ ମନ୍ତ୍ରୀ
ନକଲି ଚାଷୀ ଖୋଜିବେ ସରକାର


ଧାନ ବିକ୍ରୀ ପାଇଁ ପଞ୍ଜିକରଣ ବେଳେ ଚାଷୀଙ୍କ ଇ-କେୱାସି ବାଧ୍ୟତାମୂଳକ

ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ପଞ୍ଜିକରଣ ସମୟରେ ଚାଷୀ ମାନେ ଆଧାର କାର୍ଡ ଦାଖଲ ସହ ଇ-କେୱାସି କରିବା ବାଧ୍ୟତାମୂଳକ ହେବ। ନକଲି ଚାଷୀ ତଥା ଦଲାଲଙ୍କୁ ଧରିବା ପାଇଁ ଚଳିତ ଥର ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।

ସେହିପରି ବିଭିନ୍ନ ସ୍ଥାନରେ ସମସ୍ୟା ଉପୁଜିବା ପରେ ରାଜ୍ୟ ସରକାର ଚାଷୀ ପଞ୍ଜିକରଣକୁ ସରଳିକରଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି ବାପା କି ଜେଜେ ବାପାଙ୍କ ନାମରେ ଜମି ଥିଲେ ବି ପୁଅ ମାନେ କରି ପାରିବେ ପଞ୍ଜିକରଣ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରି ପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇ ମାନଙ୍କର ଲିଖିତ ସ୍ୱୀକୃତି ନାମା ପଞ୍ଜିକରଣ ସମୟରେ ଦାଖଲ କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande