ଧର୍ମଶାଳା, ୨୨ ଜୁଲାଇ (ହି.ସ.)- ରାଜ୍ୟରେ ଲଗାଣ ବର୍ଷା ସହ ବିଭିିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଫଳରେ ଅନେକ ଚାଷ ଜମିରେ ପାଣି ଜମି ରହୁଛି । ଯାହାକି ଦୀର୍ଘ ୬ ମାସ ଧରି ଜମିରେ ୬ ଫୁଟ୍ ଉଚ୍ଚ ପାଣି ଜମି ରହୁଛି । ଜଳ ନିଷ୍କାସନ ପାଇଁ ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ଅଣ୍ଡେଇଗୋଡା ଗ୍ରାମ ଓ ମୌଜାର ବିଭିନ୍ନ ଚକରେ କୃଷକମାନଙ୍କ ଶହଶହ ହେକ୍ଟର ଜମିରେ ପାଣି ବୁଡି ରହିଛି । ଜଳ ନ କମିବା ଫଳରେ ସ୍ଥାନୀୟ ଅଂଚଳର ୫ଶହରୁ ଉର୍ଧ୍ଵ କୃଷକ ପରିବାର ପ୍ରଭାବିତ ହେଉଛନ୍ତି । ଯାହାକି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ବିଶେଷ କରି ଏହି ଅଂଚଳର ଶହଶହ ଚାଷୀ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଏଭଳି ପାଣି ଜମିବା ଫଳରେ ଘରେ ମୁଣ୍ଡରେ ହାତ ଦେଇ ବସିବା ଛଡା ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସେମାନେ ବାଧ୍ୟ ହୋଇ ଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡିଛନ୍ତି । ଏନେଇ ଧର୍ମଶାଳା ବ୍ଲକ ପରିସରରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠ ଶିବିରରେ ଅଣ୍ଡେଇଗୋଡା ଗ୍ରାମର ଅଗ୍ରଣୀ ଓ କ୍ଷୁଦ୍ର ଚାଷୀ ଜମିରୁ ଜଳ ନିଷ୍କାସନ ପାଇଁ ବିକଳ୍ପ ବ୍ୟବସ୍ଥା ନିମନ୍ତେ ଜିଲାପାଳ ପି ଅନ୍ୱେସା ରେଡ୍ଡିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବ୍ଲକ ଅଧୀନରେ ଥିବା ଗ୍ରାମ୍ୟ ରାସ୍ତାଟିକୁ ଆରଡି ବିଭାଗୀୟ ଅଧୀନକୁ ନେଇ ତୁରନ୍ତ କାର୍ଯ୍ୟ କରିବାକୁ ଯାଜପୁର-୨ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନ୍ମୋଜୟ ଷଡଙ୍ଗୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ