ଧର୍ମଶାଳା, ୨୨ ଜୁଲାଇ (ହି.ସ.)- ଯାଜପୁର ଜିଲାରେ ଅନେକ ସ୍ଥାନରେ ଦେବାଳୟ ରହିଛି । ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ଯାନବାହନ ରଖିବା ନିମନ୍ତେ ମନ୍ଦିର ପରିଚାଳନା କମିଟି ଓ ଟ୍ରଷ୍ଟମାନଙ୍କରେ ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛନ୍ତି । ଯାନବାହାନ ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ଫ୍ରିି ପାର୍କିଂର ବ୍ୟବସ୍ଥା ରହିଥିବା ବେଳେ ଏପରିକି ଅନେକ ସ୍ଥାନରେ ପୈଠ କରିବାକୁ ପଡିଥାଏ । ଆଉ ଅନେକ ସ୍ଥାନରେ ମନି ରସିଦରେ ମନ୍ଦିରର ନାମ ଲେଖି ବେଆଇନ ଭାବେ ରସିଦ ଦେଇ ଟଙ୍କା ଆଦାୟ କରାଯାଉଛି । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ଚଣ୍ଡିଖୋଲର ପ୍ରସିଦ୍ଧ ପଂଚ ଦେବତାଙ୍କ ପୀଠ ମହାବିନାୟକ ପୀଠରେ । ଏଠାକୁ ପ୍ରାୟ ଦୈନଦିନ ଶହଶହ ଶ୍ରଦ୍ଧାଳୁ ବିଭିନ୍ନ ପ୍ରାନ୍ତରୁ ଆସି ପ୍ରଭୂଙ୍କ ଦର୍ଶନ କରିଥାନ୍ତି । ଶ୍ରଦ୍ଧାଳୁମାନେ ଆସୁଥିବା ଯାନବାହନ ରଖିବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀଶ୍ରୀ ମହାବିନାୟକ ଦେବ ଜୀଉ ନାମରେ ରସିଦ ବହି ରହିଛି । କିନ୍ତୁ, ପୀଠର ପାର୍କିଂ ନାମରେ ଆହୁ କେହି ଟଙ୍କା ନେଉଥିବା ନେଇ ଅଭିଯୋଗ ହୋଇଛି । ରସିଦରେ ମହାବିନାୟକ ପୀଠ ନାମ ରହିଥିବା ବେଳେ ‘ଫୋନ ପେ’ରେ ଅନ୍ୟ ଜଣଙ୍କ ନାମ ଥିବା ଜଣାପଡିବା ପରେ ଏଠାରେ ମନ୍ଦିର କମିଟି ନାମ ଆଳରେ ଅନ୍ୟ ଜଣେ ବ୍ୟକ୍ତି ଟଙ୍କା ଆଦାୟ କରୁଛନ୍ତି । ଏଠାରେ ପୂର୍ବରୁ ଲାଗିଥିବା ପାର୍କିଂ ବୋର୍ଡକୁ ଭାଙ୍ଗି ଦିନ ରାତି ଏକ କରି ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଭକ୍ତ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏ ଦିଗରେ ଜିଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତ ମହଲରେ ଓ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ