ଧର୍ମଶାଳା, ୨୨ ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଆରୁହା ଗ୍ରାମରେ ନୂତନ ଭାବେ ନିର୍ମିତ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେଉଛି । ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଶ୍ରଦ୍ଧାଳୁମାନଙ୍କ ଜନସମାଗମ ଦୃଷ୍ଟିରୁ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସନ୍ଧ୍ୟାରେ ସ୍ଥାନୀୟ ରାଜନୈତିକ ବ୍ୟକ୍ତି ଓ ବିଭିିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ ସଭ୍ୟମାନେ ଯୋଗଦେଇ ପ୍ରଭୂଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଧର୍ମଶାଳାର ଯୁବନେତା ତଥା ଛବି ନାୟକ ଟ୍ରଷ୍ଟର ସମ୍ପାଦକ ରାକେଶ କୁମାର ନାୟକ ଯୋଗ ଦେଇ ପ୍ରଭୂଙ୍କ ଦର୍ଶନ ଲାଭ କରିଥିବା ବେଳେ ମନ୍ଦିର କମିଟିର ସମସ୍ତ ସଭ୍ୟଙ୍କ ସହ ଏହାର ଉନ୍ନତିକରଣ ନିମନ୍ତେ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ