ଭୁବନେଶ୍ୱର, 22 ଜୁଲାଇ (ହି.ସ.)
- ମନ୍ତ୍ରୀମଣ୍ଡଳ
ସଂପ୍ରସାରଣ ନେଇ ବିଜେପି ବିଧାୟକ ପ୍ରଦ୍ୟୁମ୍ନ ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି
ଯେ, ବଡ ନେତାଙ୍କୁ ହରାଇଛୁ ମାନେ ମନ୍ତ୍ରୀ ପଦ ପାଇଁ ଆଶା ରହିବା ସ୍ୱାଭାବିକ । ଗଞ୍ଜାମ ବଡ
ଜିଲ୍ଲା । ବିଜେପିର ୧୧ ବିଧାୟକ ଅଛନ୍ତି । ବିଜେପିର ଦବ ଦବା ଜିଲ୍ଲାରେ ଅଛି ରହିବ । ଆଗକୁ ୧୫
ବିଧାୟକ ଜିତିବୁ । ବିଜେପି ଏକ ଶୃଙ୍ଖଳିତ ଦଳ । ବିଜେପିରେ ଲବି କାମ କରେନି । ଅନ୍ୟ ଦଳ ଭଳି
ଏଠି ତେଲ ମରା କାମ ଦିଏନି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା