ଧର୍ମଶାଳା,୨୨ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ଗାଆଁ ଝିଅ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଯାହାକୁ ନେଇ ଗାଆଁରେ ଖୁସିର ମାହୋଲ। ସମସ୍ତଙ୍କ ମୁହଁରେ ହସ। ଗ୍ରାମର ଅକ୍ଷୟ ବେହେରାଙ୍କ ଝିଅ ମୋନାଲିସା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୫ ତାରିଖରେ ଅନୁଷ୍ଠିତ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲେ। ମୋନାଲିସା ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନୁମୋଦିତ ପାଠ୍ୟକ୍ରମ ସମାପନ ଉତ୍ସବ-୨୦୨୩ ଏପ୍ରିଲରେ ଅନୁଷ୍ଠିତ ସ୍ନାତକୋତର(ବିଜ୍ଞାନ) ସୂଚନା ପ୍ରଯୁକ୍ତିବିଦ୍ୟା ପରିଚାଳନା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଦାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଫଳତା ବାପା-ମା’, ଅଧ୍ୟାପକ, ଅଧ୍ୟାପିକା ଓ ଗୁରୁଜନଙ୍କ ଆର୍ଶୀବାଦରୁ ଏହା ସମ୍ଭବ ହୋଇ ପାରିଛି ବୋଲି ମୋନାଲିସା କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ