କୋଟିଆରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- କୋଟିଆରେ ଖୁବଶୀଘ୍ର ପରିବହନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହେବ। ଏନେଇ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ରହିବ। କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ। ନିର୍ବାଚନ
କୋଟିଆରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା


ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- କୋଟିଆରେ ଖୁବଶୀଘ୍ର ପରିବହନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହେବ। ଏନେଇ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ରହିବ। କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ। ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି। ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। କୋଟିଆର ସମନ୍ୱିତ ବିକାଶ ସରକାରଙ୍କ ଲକ୍ଷ୍ୟ। ଖଣି ଖାଦାନରେ ଭରପୂର କୋଟିଆ। ସେଠାକାର ଗୋଟେ ପାହାଡ଼କୁ ସୁନା ପାହାଡ଼ କୁହାଯାଏ । ତାକୁ ଚିହ୍ନଟ କରି ସଦୁପଯୋଗ କରିବାକୁ ଖଣି ବିଭାଗ ପଦକ୍ଷେପ ନେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande