ଜଲିଉଡ ମଂଚରେ ଅଜଗର ସାପ : ପୁଣି ବିବାଦଘେରରେ ତୁଳସୀ ଯାତ୍ରା ମାଲିକ
ଧର୍ମଶାଳା, ୨୨ ଜୁଲାଇ (ହି.ସ.)- ଜଲିଉଡ ମଂଚରେ ଦିନକୁ ଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ଗଲା କିଛି ଦିନ ହେବ ଯାତ୍ରା ମାଲିକ ମାଲିକ ମଧ୍ୟରେ ତ ଆଉ କେତେବେଳେ ମାଲିକ କଳାକାର ତ ଆଉ କେତେବେଳେ କଳାକାର କଳାକାରଙ୍କୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଛି । ଗୋଟିଏ ପରେ ଗୋଟିଏ ଘଟଣା ଘଟୁଥିବା ବେଳେ ଏ
ଜଲିଉଡ ମଂଚରେ ଅଜଗର ସାପ : ପୁଣି ବିବାଦ ଘେରରେ ତୁଳସୀ ଯାତ୍ରା ମାଲିକ


ଧର୍ମଶାଳା, ୨୨ ଜୁଲାଇ (ହି.ସ.)- ଜଲିଉଡ ମଂଚରେ ଦିନକୁ ଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ଗଲା କିଛି ଦିନ ହେବ ଯାତ୍ରା ମାଲିକ ମାଲିକ ମଧ୍ୟରେ ତ ଆଉ କେତେବେଳେ ମାଲିକ କଳାକାର ତ ଆଉ କେତେବେଳେ କଳାକାର କଳାକାରଙ୍କୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଛି । ଗୋଟିଏ ପରେ ଗୋଟିଏ ଘଟଣା ଘଟୁଥିବା ବେଳେ ଏହି ଘଟଣା ସବୁବେଳେ କିଛି ଦିନ ପାଇଁ ଆରୋପ ପ୍ରତ୍ୟାରୋପ ଲାଗି ରହି ପରେ ଘଟଣା ଶାନ୍ତ ପଡିଥାଏ । ଏବେ କିଛି ଦିନ ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତୁଳସୀ ଯାତ୍ରା ମଂଚରେ ଅଜଗର ସାପ ଖେଳକୁ ନେଇ । ଏକ ନାଟକରେ ସାପକୁ ଧରି କଳାକାର ଅଭିନୟ କରୁଥିବାର ଦୃଶ୍ୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାଜପୁର ଜିଲା ବାଲିଚନ୍ଦ୍ରପୁର ନିକଟ ଆଖଡାଶାଳରେ ନାଟକ ରିଅଲସେଲ ଚାଲିଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ନେଇ ବିବାଦ ଦେଖା ଦେଇଥିଲା । ଏବେ ପୁଣି ଯାତ୍ରା ମଂଚରେ ସାପ ଖେଳକୁ ନେଇ କଳାକାର ଅଭିନୟ କରୁଥିବା ଦୃଶ୍ୟ ଘଟଣା ଏବେ ବିବାଦଘେରକୁ ଆସିଛି lଏହି ଖବର ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ଏବେ ବନ ବିଭାଗ ଆଖଳାଶାଳାରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande