ଧର୍ମଶାଳା,୨୨ଜୁଲାଇ(ହି.ସ.) ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଂଚଳର ଯୁବକ ନିଜ ହ୍ୱାଟସ୍ଅପ୍ରେ ଆସିଥିବା ଏକ ଲିଙ୍କ ଉପରେ କ୍ଲିକ୍ କରି ୨୫ହଜାର ଟଙ୍କା ଠକେଇ ର ଶିକାର ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ସୂଚନା ମୁତାବକ କାଏମା ଅଂଚଳର ଯୁବ ବ୍ୟବସାୟୀ ଧୀରେନ୍ଦ୍ର ବ୍ୟବସାୟ ପାଇଁ କିଛି ଟଙ୍କା ଋଣ କରି ଜିଜ ଜମା ଖାତାରେ ଡିପୋଜିଟ କରିଛନ୍ତି । ହେଲେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ବ୍ଲକ ର ମହିଳା ସହକାରୀ ଯନ୍ତ୍ରୀ ଙ୍କ ନମ୍ୱର ରୁ ୱାଟସ୍ ଆପ୍ ରେ ଏକ ଲିଙ୍କ ଆସିଥିଲା । ଲିଙ୍କ ଟିକୁ ଖୋଲିବା ପରେ (ଆର୍ ଟି ଓ ଇ ଚାଲାଣ) ନାମକ ଏକ ପେଜ ଖୋଲି ଇନଷ୍ଟଲ୍ କରିବାକୁ ଲେଖାଯାଇଥିଲା । ଜଣେ ଅଧିକାରୀଙ୍କ ଫୋନରୁ ଏଭଳି ଏକ ଲିଙ୍କ ଆସିଥିବାରୁ ସେ ତାହାକୁ କ୍ଲିକ କରିଦେଇଥିଲେ । ଏହାର ୩୦ମିନଟ୍ ପରେ ତାଙ୍କ ବ୍ୟାଙ୍କ୍ ଖାତା ରୁ ୨୫ ହଜାର ଟଙ୍କା କାଟିଯାଇଥିବା ନେଇ ମ୍ୟାସେଜ ଅସିଥିଲା । ସେ ତତକ୍ଷଣାତ ବ୍ୟାଙ୍କ୍ ରେ ପହଂଚି ଜାଣିବାକୁ ପାଇଥିଲେ ତାଙ୍କ ଜମା ଖାତାରୁ ଟଙ୍କା କଟି ଯାଇଛି ।ଏନେଇ ଧୀରେନ୍ଦ୍ର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଅରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ