୩୦ ଦିନରେ ଜନତା ଦେଖିଲେ ତିନି ଜିଲ୍ଲାପାଳ
ପୁରୀ ,୨୩ ଜୁଲାଇ (ହି.ସ.) -ପୁରୀ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡା ଯୋଗ ଦେବେ। ସେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ ଜିଲ୍ଲାପାଳ ଥିଲେ । ଜୁନ ୨୭ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ଗୁଣ୍ଡିଚା ଦିନ ନନ୍ଦିଘୋଷ ରଥ ଘୁଞ୍ଚି ପାରିଲା ନାହିଁ । ୨୮ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିଥିଲା । ୨୯ ତାରିଖ ଭୋର ୪ଟା ୨୦ରେ ତିନିରଥ ସମ୍ମୁଖରେ ଦଳାଚକଟା ଯୋଗୁ ତିନି ଜଣ ମୃତ୍ୟୁବରଣ କରିଥିଲେ । ସେହିଦିନ ପୁରୀର ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କ ବଦଳି ହୋଇଥିଲା । ୩୦ ତାରିଖ ଦିନ ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଓ ଏସପି ଭାବେ ପିନାକ ମିଶ୍ର ଯୋଗ ଦେଇଥିଲେ । ୨୨ ଦିନ ପରେ ଚଞ୍ଚଳ ରାଣାଙ୍କ ବଦଳି ହୋଇ ତାଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡା ଯୋଗ ଦେବା ପାଇଁ ରାଜ୍ୟସରକାର ନୋଟିଫିକେସନ କରିଛନ୍ତି । ୩୦ ଦିନ ଭିତରେ ପୁରୀ ଜନତା ତିନୋଟି ଜିଲ୍ଲାପାଳଙ୍କୁ ଦେଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ