ବଲାଙ୍ଗୀର, ୨୩ ଜୁଲାଇ(ହି.ସ.) – କୋଲକତାର ନେତାଜୀ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ୯ତମ ଅନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତା ୨୫ରୁ ୨୭ ଜୁଲାଇ ପର୍ଯ୍ୟନ୍ତ ସର୍ବଭାରତୀୟ ସେଇସିନକାଇ ଶିଟୋର୍ୟୁ କରାଟେ ସଂଘ ତଥା ବିଶ୍ୱ କରାଟେ ସଂଘର କୋଚ, ଜଜ୍ ଏବଂ ରେଫରୀ ହାଂସି ପ୍ରେମଜିତ ସେନ୍ଙ୍କ ନିର୍ଦ୍ଦେଶରେ ଆୟୋଜିତ ଏହି ପ୍ରତିଯୋଗିତାରେ ବଲାଙ୍ଗୀର କରାଟେ ସ୍କୁଲର ୧୭ଜଣ ପ୍ରତିଯୋଗି ଭାଗ ନେବେ। ଏହି ପ୍ରତିଯୋଗିତାରେ ଭାରତ ଦେଶ ସହିତ ଅନ୍ୟ ୭ ଦେଶର ଖେଳାଳୀ ମଧ୍ୟ ଭାଗ ନେବେ। ଦଳର ନେତୃତ୍ୱ ଓଡ଼ିଶାର ମୁଖ୍ୟ ପ୍ରତିକ୍ଷକ ସେନସେଇ ହୃଦୟ ଶବର କରିବେ। ଟିମ୍ ମ୍ୟାନେଜର ରାଜେନ୍ଦ୍ର ବାଗ, ସହକୋଚ ପୁରୁଷୋତମ ବାଗ ଓ ରେଖା ମନହିରା ରହିବେ। ଏହି ପ୍ରତିଯୋଗିତାରେ ୬୦୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଭାଗ ନେଇଥାନ୍ତି। ପ୍ରତିଯୋଗିତାରେ ବଲାଙ୍ଗୀର କରାଟେ ସ୍କୁଲର ସଭାପତି ସଚ୍ଚିଦାନନ୍ଦ ବାଗ, ସହ-ସଂପାଦକ ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, କୋଷାଧ୍ୟକ୍ଷ ପ୍ରଦୀପ୍ତ ପ୍ରଭାକର ମୁଗ୍ରୀ, ରବି ବେହେରା, ମାନଗୋବିନ୍ଦ ମେହେର, ମଧୁସୂଦନ ସାହୁ ତଥା ବଲାଙ୍ଗୀର ଖେଳପ୍ରେମୀ ତଥା କରାଟେ ସଂଘ ଶୁଭକାମନା ତଥା ଆଶା ସମସ୍ତ ପ୍ରତିଯୋଗୀ ପଦକ ହାସଲ କରି ବଲାଙ୍ଗୀର ଜିଲ୍ଲାକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କରାଟେ ଖେଳରେ ପରିଚିତ କରାଇବା ଆଜି କଲୋକତା ଗସ୍ତ କରିବେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ