କେନ୍ଦୁଝର, ୨୩ ଜୁଲାଇ (ହି.ସ.) - ଭାରତୀୟ ମଜଦୂର ସଂଘ ୭୧ ତମ ପ୍ରତିଷ୍ଠା ଦିବସ କେନ୍ଦୁଝର କାଳିପୂଜା ପଡିଆ ଟାଉନ ହଲ ଠାରେ ପାଳନ କରାଯାଇଛି । ଏଥିରେ ଭାରତୀୟ ମଜଦୂର ସଂଘ କେନ୍ଦୁଝର ଜିଲ୍ଲା ସଭାପତି ବାବୁଲାଲ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲାର ସମ୍ପାଦିକା ଶ୍ରୀମତୀ ମିନାକ୍ଷୀ ପଲେଇ ସଭା ପରିଚାଳନା କରିଥିଲେ । ଜିଲ୍ଲା ସଭାପତି କହିଛନ୍ତି ୧୯୫୫ ଜୁଲାଇ ୨୩ରେ ଲୋକମାନ୍ୟ ବାଲଗଙ୍ଗାଧର ତିଲକଙ୍କ ଜନ୍ମ ଦିବସରେ ଦତ୍ରୋପନ୍ତ ଠେଙ୍ଗଡୀ ଜୀ ଭାରତୀୟ ମଜଦୂର ସଂଘ ସ୍ଥାପନା । କରିଥିଲେ । ସଂଘ ଗଠନ କରିବାର ମହତ୍ୱ ଉଦ୍ଦେଶ୍ୟ ଶ୍ରମିକଙ୍କୁ ନ୍ୟାୟ ଦେବା ଓ ଏକ ଶୋଷଣ ମୁକ୍ତ ଶ୍ରମିକ ସମାଜ ଗଠନ କରିବା । ରାଷ୍ଟ୍ର ଗଠନରେ ଶ୍ରମିକଙ୍କ ଗୁରୁତ୍ୱ ପୂର୍ଣ ରହିଛି । ଏକ୍ଷେତ୍ରରେ ଭାରତୀୟ ମଜଦୂର ସଂଘର ଅବଦାନ ଅତୁଳନୀୟ । ଏହି ଶ୍ରମିକସଂଗଠନ ଏହି ଶ୍ରମିକ ସଂଗଠନ ଶ୍ରମିକଙ୍କ ସାମାଜିକ ଓ ଅର୍ଥନୈତିକ ତିକ ବିକାଶ ସାଙ୍ଗକୁ ଏକ ଶୋଷଣ ମୁକ୍ତ ଶ୍ରମିକ ସମାଜ ଗଠନ ପାଇଁ ଉଦ୍ୟମ ଜାରିତ ରିରଖୁଛି । ଓଡିଶାର ବିଭିନ୍ନ କଳକାରଖାନାର ଅଧିକାରୀ ଓ ଠିକାଦାର ମାନେ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟ ଆଢୁଆଳରେ ରହି ଠିକାଶ୍ରମିକ ମାନଙ୍କୁ ଶୋଷଣ କରିବା ଦିନକୁ ଦିନ ବଢିଚାଲୁଛି ଆଉ ଏସବୁକୁ ଭାରତୀୟ ମଜଦୂର ସଂଘ ବରଦାସ୍ତ କରିବ ନାହିଁ ଏବଂ ଠିକା ଶ୍ରମିକ ମାନଙ୍କ ହକ ଲଢେଇ କରି ଆଣିବ । ଏଠି ଠିକା ଶ୍ରମିକ ପାଇଁ ଦରଦ କାହାର ନାହିଁ, ସାରା ରାଜ୍ୟରେ ଶ୍ରମ କାର୍ଯ୍ୟାଳୟ ଗୁଡିକରେ ତୀବ୍ରତର ଆନ୍ଦୋଳନ କରାଯିବା ନେଇ ଆଜି ନିଷ୍ପତି ହୋଇଛି ତଥା ସରକାରକୁ ଅନୁରୋଧ ଠିକା ଶ୍ରମିକ ମାନଙ୍କ ସମସ୍ୟା ଯଥା ଶୀଘ୍ର ସମାଧାନ କରାଯିବା ନିମନ୍ତେ ଅଭିଭାଷଣ ରଖିଥିଲେ ।
ଏଥିରେ ଭାରତୀୟ ମଜଦୂର ସଂଘ କେନ୍ଦୁଝର ଜିଲ୍ଲା ସହିତ ସଲଗ୍ନ ଥିବା ସମସ୍ତ ଶ୍ରମିକ ସଂଗଠନ ଯଥା – ଅଲ ଓଡିଶା ଅଙ୍ଗନୱାଡି ଲେଡିସ ୱାକର ଆସୋସିଏସନ,କେନ୍ଦୁଝର ଜିଲ୍ଲା,ଓଡିଶା ରାଜ୍ୟ ଆଶାକର୍ମୀ ସଂଘ,
କେନ୍ଦୁଝର ଜିଲ୍ଲା, ଶିରାଜୁଦ୍ଧୀନ ବଲାଣି ମାଇନ୍ସ ମଜଦୂର ସଂଘ ,କେନ୍ଦୁଝର, ଓଡିଶା ମା ଟା ଟାଙ୍ଗରାଣୀ ମାଲନ୍ସ ମଜଦୂର ସଂଘ,କେନ୍ଦୁଝର, ବିଚାକୁଣ୍ଡି ମାଇନ୍ସ ମଜଦୂର ସଂଘ, କେନ୍ଦୁଝର ସଂଘ ବଲାଣି,କେନ୍ଦୁଝର, କେ.ଜେ. ଏସ ଆଲୱାଲିଆ ଶ୍ରମିକ ସଂଘ,କେନ୍ଦୁଝର, କର୍ମଚାରୀ ସଂଘ, କେନ୍ଦୁଝର, ମା ତାରିଣୀ ଟୋଲ ପ୍ଲାଜା ୱାକର୍ସ ୟୁନିୟନ,କଣ୍ଡରା ରାଣୀ ପାଟ ଟୋଲ ପ୍ଲାଜା ୱାକର୍ସ ୟୁନିୟନ ,ଖୂରେଇଟାଙ୍ଗୀରି,କେନ୍ଦୁଝର,ଗଝଚ ସ୍ପଞ୍ଜ ଆଇରନ ମଜଦୂର ସଂଘ ହଳଦି ଳଦିଆଗୁଣା, କେନ୍ଦୁଝର, ରେଲୁୱେ ରନିଙ୍ଗ ରୁମ କର୍ମଚାରୀ ସଂଘ, କେନ୍ଦୁଝର, କୃଷି ଏ ଏବଂ ଗ୍ରାମୀଣ ମଜଦୂର ସଂଘ, କେନ୍ଦୁଝର, ଓଡିଶା କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ, କେନ୍ଦୁଝର,କନଷ୍ଟ୍ରକସନ ମଜଦୂର ଦୂର ମହାସଂଘ, କେନ୍ଦୁଝର, ଜଜାଙ୍ଗ ମାଇନ୍ସ ମଜଦୂର ସଂଘ, ଜଜାଙ୍ଗ କେନ୍ଦୁଝର ଶ୍ରୀ ଗଣେଶ ସ୍ପଞ୍ଜ ଭରନ ମଜଦୂର ସଂଘ, କୁଟୁଗାଁ,କେନ୍ଦୁଝର, ଓଡିଶା ରାଜ୍ୟ ଉଜ୍ଜଲା ଦିଦି ସଂଘ ଟୋଲ ପ୍ଲାଜା ଢେଙ୍କିକୋଟ, କେନ୍ଦୁଝର,ଓରିଅନ ଇସ୍ପାତ କର୍ମଚାରୀ ସଂଘ, ରାମଚନ୍ଦ୍ରପୁର କେନ୍ଦ୍ର ,କେନ୍ଦୁଝର,ଜରିବାହର ,ଜରିବାହର ମାଙ୍ଗାନିଜ ମଜଦୂର ସଂଘ , ଜରିବାହର, କେନ୍ଦୁଝର,ଗନ୍ଧମାର୍ଦ୍ଧନ ମାଇନ୍ସ ସଂଘ,ଶୁଆକାଠି କେନ୍ଦୁଝର ,ବ୍ରାଣ୍ଡଷ୍ଟିଲ ଆଣ୍ଡ ପାୱାର ମଜଦୂର ସଂଘ,ମୃରୁସୁଆଁ ,କେନ୍ଦୁଝର, ଓଡିଶା ରାଜ୍ୟ ଆଇ. ସି. ଆର. ସି ସଂଘ, କେନ୍ଦୁଝର ,ସମସ୍ତ ସଂଘର କର୍ମ ଚାରିମାନେ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ପାଳନ କରଯାଇଥିଲା । ଏଥିରେ ସମାଜସେବି ତଥା ଭାରତୀୟ ମଜଦୂର ସଂଘ ର କେନ୍ଦୁଝର ଜିଲ୍ଲା ଉପସଭା ନେତ୍ରୀ ଶ୍ରୀମତୀ ବବିତା ରାମ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ,କେନ୍ଦୁଝର ଜିଲ୍ଲା ସଭାନେତ୍ରୀ ପ୍ରମିଳା ମହାନ୍ତ, ସଂଯୋଜିକା ମିନା ମହାନ୍ତ, ଭାରତୀୟ ମଜଦୂର ସଂଘ କେନ୍ଦୁଝର ଜିଲ୍ଲା ମହିଳା ପ୍ରମୁଖ ଗାୟତ୍ରୀ ଜେନା,ଜିଲ୍ଲା ମିଡିଆ ପ୍ରମୁଖ ଶ୍ରୀ ଅର୍ଜୁନ ବେହେରା ସହଯୋଗ କରିଥିଲେ ।
ସମ୍ମାନୀୟ ରାଜ୍ୟ ସମ୍ପାଦକ ଅଲଓଡିଶା ଡାକ୍ତର ମହାନ୍ତ ରାଜ୍ୟ ଉପସଭାପତି ଭାରତୀୟ ମଜଦୂର ସଂଘ ଓଡିଶା, ଧରିତ୍ରୀ ବାରିକ ସମ୍ପାଦକ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଶୁଶ୍ରୀ ଶୁଷମାରାଣୀ, ମୂହାପାତ୍ର, ରାଜ୍ୟ ଉପସଭାନେତ୍ରୀ ) ଡିଶା ଅଙ୍ଗନୱାଡି ଲେଡିଜ ୱାକର ଆସୋସିଏସନ, ଯୋଗ ଦେଇ ଥିବା ବେଳେ ସମ୍ମିଳନୀ ରେ ଭାରତୀୟ ମଜଦୂର ସଂଘ ର କେନ୍ଦୁଝର ଜିଲ୍ଲା କୋଷାଧ୍ଯକ ଶ୍ରୀ ଚନ୍ଦନ ବୋଇପାଇ , ଭାଗବତ ନାଏକ, ବିଷ୍ଣୁଭୂଷଣ ବେହେରା,ଦିପ୍ତିମୟୀ ଦାସ, କହ୍ନେଇଲାଲ ମୁର୍ମୁ , ପଦ୍ମାବତୀ ଚାମ୍ପିଆ ,ଦମୟନ୍ତୀ ନାଏକ,ମୀରା ନାଏକ ଉପସ୍ଥିତ ରହି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA