କମିଶନରେଟ ପୋଲିସ ପଞ୍ଝାରେ ହାଇ ପ୍ରୋଫାଇଲ ଠକ
ଭୁବନେଶ୍ୱର, ୨୩ ଜୁଲାଇ (ହି.ସ)- ୧୮ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ ର ସ୍ପେଶାଲ କ୍ରାଇମ ୟୁନିଟ। ବ୍ୟାଙ୍କର ନିଲାମ ସୁନାକୁ ଅକ୍ସନରେ ଆଣି ବାହାରେ ବିକ୍ରି କରୁଥିଲା ଠକ। ସୁନା ଅକ୍ସନ ଆଣିବା ପାଇଁ କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗ
କମିଶନରେଟ ପୋଲିସ ପଞ୍ଝାରେ ହାଇ ପ୍ରୋଫାଇଲ ଠକ


ଭୁବନେଶ୍ୱର, ୨୩ ଜୁଲାଇ (ହି.ସ)- ୧୮ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ ର ସ୍ପେଶାଲ କ୍ରାଇମ ୟୁନିଟ। ବ୍ୟାଙ୍କର ନିଲାମ ସୁନାକୁ ଅକ୍ସନରେ ଆଣି ବାହାରେ ବିକ୍ରି କରୁଥିଲା ଠକ। ସୁନା ଅକ୍ସନ ଆଣିବା ପାଇଁ କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଥଲା। ଏହି ଠକେଇ ଅଭିଯୋଗ ରେ ଠକ ରମେଶ ମାଝୀ ନାମକ ଯୁବକକୁ ସ୍ପେଶାଲ କ୍ରାଇମ ୟୁନିଟ ଗିରଫ କରିଛି। ରମେଶ ୧୮କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ତଦନ୍ତରୁ ଜଣା ପଡିଛି। ପୋଲିସ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ରମେଶକୁ ରିମାଣ୍ଡ ରେ ଆଣିବାକୁ ଯୋଜନା କରିଛି ସ୍ପେଶାଲ କ୍ରାଇମ ୟୁନିଟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande