ସମ୍ବଲପୁର, ୨୩ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଧନକଉଡା ବ୍ଲକ ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର?୍ୟ୍ୟ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ କାଳାମାଟି ଗ୍ରାମ ର ଡ୍ରାଗନ ଫଳ(କମଳମ) ଚାଷ, ଗୋଡଭଗା +୩ କଲେଜ, ବସନ୍ତପୁର ଗ୍ରାମ ପଂଚାୟତ ର ସାହଜଜବାହାଲ ଗ୍ରାମ ର ଟେରାକୋଟା କଳାକୃତି କର୍ମଶାଳା ପରିଦର୍ଶନ, ଆୟୁଷ ଆରୋଗ୍ୟ କେନ୍ଦ୍ର ପ୍ରଭୃତି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ସମୀକ୍ଷା କରିଥିଲେ।
ଜିଲ୍ଲାପାଳ ଡ୍ରାଗନ ଫଳ ଚାଷକୁ ପ୍ରୋତ୍ସାହିତ କରିବାକୁ କ୍ଲଷ୍ଟର ଆଧାରିତ ପ୍ରଣାଳୀ ଗଠନ ଏବଂ କୃଷି ପର୍ଯ୍ୟଟନ ଉନ୍ନତି ପାଇଁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଓଡ଼ିଶା ଜୀବିକା ମିସନ୍ (ଓଏଲମ) ଏବଂ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସୋସାଇଟି (ଓରମାସ) କୁ ଏହି ଉଦ୍ୟମରେ ସଂଯୁକ୍ତ ଭାବେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ। ଗୋଡଭଗା +୩ କଲେଜ ର ବିକାଶ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଟେରାକୋଟା କଳାକୃତି ଘର ପରିଦର୍ଶନ କରି ସ୍ଥାନୀୟ କାରିଗର ମାନଙ୍କର ଉନ୍ନତ ପ୍ରଶିକ୍ଷଣ ସୁବିଧା ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଗ୍ରାମରେ ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଧନକଉଡ଼ା ବ୍ଲକ ଉନ୍ନୟନ ଅଧିକାରୀ କୁ ଗ୍ରାମରେ ମୌଳିକ ସୁବିଧା ଯୋଗାଇଦେବା, ବିଶେଷକରି ସୁଦୃଢ଼ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ