ଲ୍ୟାମ୍ପସ ମାଧ୍ୟମରେ ଧାନ କ୍ରୟ କରିବାକୁ ଦାବି, ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷି
Bhubaneswar, 23 ଜୁଲାଇ (ହି.ସ.) ଜୟପୁର ଧାନ ସଂଗ୍ରହ ପାଇଁ ଜାମୁଣ୍ଡା ମଣ୍ଡିରେ ଏସଏଚ୍‌ଜିକୁ ବାଦ ଦେଇ କୁମୁଲିପୁଟ ଲ୍ୟାମ୍ପକୁ ରେଜିଷ୍ଟ୍ରେସନ ଏବଂ ଧାନ କ୍ରୟର ସୁଯୋଗ ଦେବା ପାଇ ଆଜି ଚାଷି ମାନେ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଜୟପୁର ଉପ ଜିଲାପାଳ ଆକା ବର
ଲ୍ୟାମ୍ପସ ମାଧ୍ୟମରେ  ଧାନ କ୍ରୟ କରିବାକୁ ଦାବି, ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷି


Bhubaneswar, 23 ଜୁଲାଇ (ହି.ସ.)

ଜୟପୁର ଧାନ ସଂଗ୍ରହ ପାଇଁ ଜାମୁଣ୍ଡା ମଣ୍ଡିରେ ଏସଏଚ୍‌ଜିକୁ ବାଦ ଦେଇ କୁମୁଲିପୁଟ ଲ୍ୟାମ୍ପକୁ ରେଜିଷ୍ଟ୍ରେସନ ଏବଂ ଧାନ କ୍ରୟର ସୁଯୋଗ ଦେବା ପାଇ ଆଜି ଚାଷି ମାନେ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଜାମୁଣ୍ଡା ମଣ୍ଡିରେ ଦିଆଯାଇଥିବା ଏସଏଚଜି ଗ୍ରୁଫ ଅନିୟମିତତା କାଯ୍ୟ କରୁଥିବା ନେଇ ଚାଷି ମାନେ ଉପ ଜିଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ । ଦାବି ପତ୍ର ରୁ ଗ୍ରହଣ କରି ତଦନ୍ତ କରିବା ପରେ ପଦ କ୍ଷେପ ନିଆଯିବ ବୋଲି ପ୍ରତିଶ୍ରୃି ଦେଇଥିଲେ । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ପ୍ରୃକିତ ଚାଷି ମାନଙ୍କର ଧାନ ଠିକ ସମୟରେ କିଣାଯାଉ ନାହିଁ । ଚାଷି ମାନେ ଧାନ କ୍ରୟ କରିବା ପାଇଁ କହିଲେ ଟୋକେନ ସିରିୟଲରେ ଆସିବ, କେତେବେଳେ ମାସ ନାହିଁ, ସାସ୍ ନାହିଁ ଗାଡି ଯୋଗାଡ କର ବୋଲି କୁହାଯାଇ ସମୟଗ ଗଡାଯାଉଛି, ମିଲର ସହ ଆଲୋଚନା କରିବାକୁ ବାଧ୍ୟ କରାଯାଉଛି ମିଲର ସହ ଆଲୋଚନା କରି ସ୍ଲିପ ନା ଆଣିଲେ ଆଇ ସ୍କେନ କରିବୁ ନାହିଁ ବୋଲି ଧମକ ଦେୁଛନ୍ତି । ଟୋକେନ ଲେପସ ହେବା ଭୟରେ ଚାଷି ମିଲରଙ୍କୁ କ୍ୱିଇଣ୍ଟାଲ ପିଛା ୫ରୁ ୧୫ କେଜି ଅଧିକା ଧାନ ଦେବାରୁ ବାଧ୍ୟ ହେଉଛୁ । ସରକାର ଚାଷି ମାନଙ୍କର ଆର୍ଥିକ ଉନ୍ନତି କରିବା ପାଇଁ ସାର, ବିହନ, କୃଷି ଯନ୍ତ୍‌ପାତି ଇତ୍ୟାଦିରେ ସବସିଡି ଏବଂ ବୋନସ୍ ଦେଉଥିବା ବେଳେ ଏସ.ଏଚ.ଜି ଏବଂ ସ୍ଥାନୀୟ ମିଲର ମିଳି ମିଶି ଚାଶିଙ୍କୁ ଲୁଟୁଛନ୍ତି । ଏଭଳି କାଯ୍ୟଧାରୀ ଜାରି ରହିଲେ ଚାଷି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । ପ୍ରକୃତ ଚାଷୀ ମାନଙ୍କୁ ପ୍ରାଥମିକତା ଦିଆନଯାଇ ମିଲରସ ଦଲାଲ ଏବଂ ଧାନ ବ୍ୟବସାୟୀ ମାନଙ୍କ ଧାନ ପ୍ରଥମେ କ୍ରୟ କରାଯାଉଛି । ରେଜିଷ୍ଟ୍ରେସନ ସମୟରେ ବାହାର ଚାଷିମାନଙ୍କ ନିଳଗିରି ବାଡ, ଆମ୍ବତୋଟା, ଆଖୁ ଚାଷ ଜମି, ଡଙ୍ଗର ପୋଖରୀ ଆଦିକୁ ରେଜିଷ୍ଟ୍ରେସନ କରୁଛନ୍ତି । ପଞ୍ଜିକୃତ ପ୍ରକୃତ ଚାଷୀ ମାନଙ୍କ ଧାନ ପ୍ରଥମେ ନ କିଣି ଦଲାଲ ମାନଙ୍କର ଧାନ ମଣ୍ଡି ପ୍ରରାମ୍ବର କିଣାଯାଉଥିବା ଉଲ୍ଲେଖ କରାଯାଇଛି । କୃଷକ କଲ୍ୟାଣ ମଞ୍ଚ କୋରାପୁଟ ଜିଲା ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ, କେ ଶ୍ରିନିବାସ ରାଓ, ଚିରଞ୍ଜିବି ପଟ୍ଟନାୟକ, ସୁରେନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande