ଜୟପୁର
, 23 ଜୁଲାଇ (ହି.ସ.)
ରଣ୍ଡାପାଲ୍ଲି ସ୍ଥିତ ଜୟପୁର କଲେଜ ଅଫ ଫାର୍ମାସି ପରିସରରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ କଲେଜର ଇଭେଣ୍ଟ ମ୍ୟାନେଜମେଣ୍ଟ କମିଟି ତରଫରୁ ଏକ ବନ ସୁରକ୍ଷା ଜାଗରଣ ସମ୍ମିଳନି ଅନୁଷ୍ଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଫଓ ପ୍ରତାପ କୁମାର ବେହେରା, ବନାଞ୍ଚଳ ଅଧିକାରି ରାମ ଚନ୍ଦ୍ର ନେପାକ ଉପସ୍ଥିତ ରହିଥିଲେ । କଲେଜର ଛାତ୍ର ଛାତ୍ର କର୍ମଚାରି ମାନଙ୍କୁ ଜଙ୍ଗଲର ଉପ କାରିତା ମନୁଷ୍ୟରେ ଦୈନନ୍ଦିନ ଜୀବନରେ କିଭଳି ପ୍ରଭାବ ପକାଉଛି ଏବଂ ଗଛ ଆମର ଶ୍ୱାସ ପ୍ରଶ୍ୱାସରେ କିପରି ଗୁରୁତ୍ୱ ପୁଣ୍ଣ ଭୁମିକା ଗ୍ରହଣ କରୁଛି ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏବଂ ସମସ୍ତଙ୍କୁ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । କଲେଜର ଡାଇରେକ୍ଟର ଡ ପ୍ରୟମ୍ବଦା ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ କଲେଜର ଉପ ଅଧ୍ୟକ୍ଷ ସଂଗ୍ରାମ କେଶରି ପଣ୍ଡା ମଞ୍ଚାସିନ ଥିଲେ । ଏହି ବନ ମହୋତ୍ସବ ସପ୍ତାହ ସକାଶେ କଲେଜର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏହି ବିଷୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ କୃତି ଛାତ୍ର ଛାତ୍ରୀଙ୍କ ଦ୍ୱାରା ପୁରସ୍କୁତ କରାଯାଇଥିଲା । କଲେଜର ରାଜ କିଶୋର ଦାସ, ରାମ ଚନ୍ଦ୍ର ପାଙ୍ଗି , ଛାତ୍ର ଛାତ୍ରୀ କର୍ମଚାରି ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି