ପଞ୍ଚାୟତ ପିଅନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହେବ କେବେ?
ଗଞାମ, ୨୩ ଜୁଲାଇ (ହି.ସ.) ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ପାଇ ଥିବା ପଞ୍ଚାୟତ ପିଅନଙ୍କ ଦୁଃଖ ଦୁର୍ଦ୍ଦଶା ନ କହିଲେ ଭଲ। ସେମାନଙ୍କ ପାରିଶ୍ରମିକ ପଂଚାୟତ ଆୟରୁ ହିଁ ଦିଆଯାଇଥାଏ। ଦିନକୁ ଆଠ ଦଶ ଘଣ୍ଟା କଠିନ ପରିଶ୍ରମ କରି ପିଅନ ମାନେ ମାସିକ ମାତ୍ର ୪୦୦ରୁ ୨୫ଶହଟଙ୍କା ପାରିଶ୍ରମିକ ପାଉଛନ୍ତି , ଏଥିରେ ପର
ପଞ୍ଚାୟତ ପିଅନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହେବ କେବେ?


ଗଞାମ, ୨୩ ଜୁଲାଇ (ହି.ସ.) ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ପାଇ ଥିବା ପଞ୍ଚାୟତ ପିଅନଙ୍କ ଦୁଃଖ ଦୁର୍ଦ୍ଦଶା ନ କହିଲେ ଭଲ। ସେମାନଙ୍କ ପାରିଶ୍ରମିକ ପଂଚାୟତ ଆୟରୁ ହିଁ ଦିଆଯାଇଥାଏ। ଦିନକୁ ଆଠ ଦଶ ଘଣ୍ଟା କଠିନ ପରିଶ୍ରମ କରି ପିଅନ ମାନେ ମାସିକ ମାତ୍ର ୪୦୦ରୁ ୨୫ଶହଟଙ୍କା ପାରିଶ୍ରମିକ ପାଉଛନ୍ତି , ଏଥିରେ ପରିବାର ପ୍ରତିପୋଷଣ ଦୁଃସାଧ୍ୟ ହୋଇପଡିଛି । ତଥାପି ଏମାନେ ଢୋକେ ପିଇ ଜୀବନ ବଞ୍ଚାଇ ରଖିଛନ୍ତି। ପଞ୍ଚାୟତରାଜ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ ପିଅନ ମାନଙ୍କୁ ଅଧିକ ପ୍ରାପ୍ୟ ଦେବା ବ୍ୟବସ୍ଥା କରିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନସମାଚାର/ହୃଷୀକେଶ

..............

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande