ଜୟପୁର, ୨୩ ଜୁଲାଇ (ହି.ସ.) - ସେବା କାଗଜ କଳ ର ଠିକା ଶ୍ରମିକ ମାନେ ତୁରନ୍ତ ଦରମା ଦାବି କରି ଆଜି କାରଖାନା ଗେଟ୍ ବନ୍ଦ କରି ଅଧିକାରୀ ମାନଙ୍କୁ ସନ୍ଧ୍ୟା ସୁଦ୍ଧା ଛାଡ଼ି ନାହାଁନ୍ତି। ଶ୍ରମିକ ମାନଙ୍କୁ ଗେଟ୍ ବନ୍ଦ କରି ଡ୍ୟୁଟି ଯିବାକୁ ଦେଉ ନାହାଁନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ ଜୁଲାଇ ମାସରୁ ଶ୍ରମିକ ମାନଙ୍କୁ ଦରମା ମିଳିନଥିବାରୁ ଶ୍ରମିକ ମାନଙ୍କ ପାରିବାରିକ ଜୀବନ ନିତାନ୍ତ ଶୋଚନୀୟ ହୋଇ ପଡ଼ିଛି। କାରଖାନା ର ଉତ୍ପାଦନ ବନ୍ଦ ରହିଛି। ଦୀର୍ଘ ଦିନ ହେଲା କାରଖାନାର ସମସ୍ୟା ସମାଧାନ କେବଳ ବୟାନବାଜୀ ରେ ଚାଲିଛି। କୋରାପୁଟ ଜିଲ୍ଲା ଜୟପୁରର ଏକ ମାତ୍ର ବୃହତ ଶିଳ୍ପ ସେବା କାଗଜ କଳର ଭବିଷ୍ୟତ ଅନ୍ଧକାରାଛନ୍ନ ଏବଂ ଶ୍ରମିକମାନେ ହା ହୁତାଶ ଭିତରେ ଗତି କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି