ଫୁପୁଗାଁ ରେ ଧାନ ମଣ୍ଡି ଖୋଲିବାକୁ ପ୍ରଶାସନର ଦ୍ୱାରସ୍ଥ
ଜୟପୁର, 23 ଜୁଲାଇ (ହି.ସ.) ଫୁପୁଗା ରେ ଧାନ ମଣ୍ଡି ଖୋଲିବାକୁ ଜୟପୁର ଉପ ଜିଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ କୋଟପାଡ ବ୍ଲକ ଅନ୍ତର୍ଗତ ବୋବେୟା ଗ
ଫୁପୁଗାଁ  ରେ ଧାନ ମଣ୍ଡି ଖୋଲିବାକୁ ପ୍ରଶାସନର ଦ୍ୱାରସ୍ଥ


ଜୟପୁର, 23 ଜୁଲାଇ (ହି.ସ.) ଫୁପୁଗା ରେ ଧାନ ମଣ୍ଡି ଖୋଲିବାକୁ ଜୟପୁର ଉପ ଜିଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ କୋଟପାଡ ବ୍ଲକ ଅନ୍ତର୍ଗତ ବୋବେୟା ଗ୍ରାମ ପଞ୍ଚାୟତର ଫୁପୁଗାଁ ,ଏକୋମ୍ବା, ଭାଜିଗୁଡା ଓ ମିଚିୟା ଗ୍ରାମର ଚାଷି ମାନେ ଲିଖିତ ଜଣାଇଛନ୍ତି । ବୋବେୟା ଠାରେ ଧାନ ମଣ୍ଡି ହୋଉଅଛି କିନ୍ତୁ ଚାଷୀ ମାନେ ନିଜର ଧାନ ପଞ୍ଜିକରଣ ନିମନ୍ତେ ସେଠାକୁ ଯାଇ ବହୁତ ହଇରାଣ ହରକତ ହେଉଛନ୍ତି । ଉକ୍ତ ମଣ୍ଡିରେ ୬୦ ହଜାରରୁ ଉଦ୍ଧ ଚାଷି ରେଜିଷ୍ଟ୍ରେସନ କରି ଧାନ ଆଣୁଛନ୍ତି । ଉପ ଯୁକ୍ତ ସ୍ଥାନର ଅଭାବ ସହ ଗୋଦାମ ଗୃହ ମଧ୍ୟ ନାହିଁ । ତେଣୁ ଧାନ ରଖିବା ଓ ଚାଷୀ ମାନେ ଧାନ ଆଣିବା ନିମନ୍ତେ ଦୁର ଦୁରାନ୍ତରୁ ଆସି ବହୁତ ହଇରାଣ ହରକତ ହେଉଛନ୍ତି । ଗୋଟିଏ ଜାଗାରେ ବହୁତ ଧାନ ଆସୁଥିବାରୁ ନିକଟସ୍ଥ ଗାଁ ଫୁପୁଗାଁ ଠାରେ ମୁତନ ଭାବେ ମଣ୍ଡି କରାଗଲେ ଚାଷି ମାନେ ଉପକୃତ ହୋଇ ପାରିବେ ବୋଲି କୃଷକ କଲ୍ୟାଣ ମଞ୍ଚର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଙ୍କ ସହ ଚାଷି ମାନେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande