ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ମେଗା ପ୍ଲାଂଟେସନ
ସୁବର୍ଣ୍ଣପୁର, ୨୩ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ମେଗା ପ୍ଲାଣ୍ଟେସନ ଡ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଅଧିକାରୀ ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି ଓ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କି
ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ମେଗା ପ୍ଲାଣ୍ଟେସନ


ସୁବର୍ଣ୍ଣପୁର, ୨୩ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ମେଗା ପ୍ଲାଣ୍ଟେସନ ଡ୍ରାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଅଧିକାରୀ ମୀନାରାଣୀ ମଙ୍ଗଳ ମୁଖ୍ୟ ଅତିଥି ଓ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଗଛ ଲଗାଇଥିଲେ ଏବଂ ବୃକ୍ଷରୋପଣର ଉପକାରିତା ବିଷୟରେ ଦିଗଦର୍ଶନ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସହାୟକ କର୍ମଚାରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ୧୧୨ଟି ଫଳଗଛ, ଫୁଲଗଛ, ଔଷଧୀୟ ଗଛ ଓ ଅନ୍ୟ ଉପକାରୀ ଚାରା ଲଗାଯାଇଥିଲା। ଗୋଷ୍ଠୀ ସହଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଦ୍ଧା, ଜଗତ ମଲ୍ଲିକ, ସିଆର୍‌ସିସି ପ୍ରବୀର ଭୋଇ, ନରେନ୍ଦ୍ର ପୁରୋହିତ, ରମେଶ ଭୋଇ, ଚିତରଞ୍ଜନ ଠାକୁର, ସୁରେଶ ନାୟକ, ଦିଲୀପ ପଧାନ, ନୀଳକଣ୍ଠ ନାଏକ, ପ୍ରଦୀପ୍ତକିଶୋର ଦାଶ, ଶିକ୍ଷକ ହେମସାଗର ଗଡତିଆ, ନିର୍ମଳ ପାତ୍ର, ତିରୁପତି ମେହେର, ଧର୍ମେନ୍ଦ୍ର ହରିପାଳ, ଅନିଲ ଅଗ୍ରୱାଲ, ଶିକ୍ଷୟିତ୍ରୀ ନିରମାମଞ୍ଜରୀ ପଣ୍ଡା, ଚନ୍ଦ୍ରକାନ୍ତି ପଧାନ, ଲୀଳାବତୀ ମେହେର, କର୍ମଚାରୀ ସମୀର ପଧାନ, ଅରୁଣ ଥପା, ବିନାୟକ ମିଶ୍ର, ଶ୍ରଦ୍ଧା ସାହୁ, ବିଭୁତି ପଧାନ, ସମସ୍ତ ଛାତ୍ରଛାତ୍ରୀ, ପିତାମାତା, ବିଦ୍ୟାଳୟ ପରିଚାଳନା କମିଟି ଓ ପଂଚସଖା ଶିକ୍ଷାସେତୁ କମିଟିର ସଭ୍ୟ ସଭ୍ୟା ଭାଗ ନେଇ ଗଛ ଲଗାଇବା ସହ ମା’ନାମରେ ଗଛଟିଏର ସ୍ଲୋଗାନ ଦେଇ ସେଲଫି ପଏଂଟରେ ଫଟୋ ଉଠାଇଥିଲେ। ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande