ଗଞ୍ଜାମ, ୨୩ ଜୁଲାଇ(ହି.ସ.) – ଭୁବନେଶ୍ୱର ଓକାକ୍ ଟାୱାରରେ ଅବସ୍ଥିତ ରେଜିଓନାଲ ଆଧାର କେନ୍ଦ୍ର କର୍ମକର୍ତାଙ୍କ ଅବହେଳା ଯୋଗୁଁ ବହୁ ଆଧାରକାର୍ଡ଼ ହିତାଧିକାରୀ ନାହିଁନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରୁ କେତେକ କାର୍ଡ଼ଧାରୀ ଗତ ଛଅମାସ ହେଲା ଡିଓବି ସଂଶୋଧନ ପାଇଁ ଆବେଦନ କରିଛନ୍ତି। ଏହାର ଭେରିଫିକେସନ ସମ୍ପୃକ୍ତ ହିତାଧିକାରୀଙ୍କ ଅଂଚଳକୁ ଯାଇ କଲାପରେ ଡିଓବି ସଂଶୋଧନ ହେବ ବୋଲି କର୍ତୃପକ୍ଷ କହୁଥିଲେ ମଧ୍ୟ ଏହି କାର୍ଯ୍ୟରେ ଅବହେଳା ଯୋଗୁଁ ଜନଅସନ୍ତୋଷ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନସମାଚାର/ହୃଷୀକେଶ/ବୀଣାପାଣି
.......................................
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ