କେନ୍ଦୁଝର, ୨୩ ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଂଟର ଜୋନାଲ ଫାଇନାଲ ଖେଳ ବର୍ଷା ସତ୍ୱେ ଭରପୁର ଦର୍ଶକ ମଧ୍ୟରେ କେନ୍ଦୁଝର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ତୀବ୍ର ପ୍ରତିଦ୍ୱନ୍ଦୀତା ତଥା ସଂଘର୍ଷପୂର୍ଣ୍ଣ ଭବେ ଅନୁଷ୍ଠିତ ଆଜିର ଏହି ଖେଳ ଆରମ୍ଭ ହେବା ଠାରୁ ଶେଷ ହୁଇସିଲ ବାଜିବା ପର୍ଯ୍ୟନ୍ତ ବେଶ ଉପଭୋଗ୍ୟ ହୋଇଥିଲା । ପ୍ରଥମକ୍ଷର୍ଦ୍ଧ ଖେଳ ଆରମ୍ଭ ହେବାର ପାଂଚ ମିନିଟ ପରେ ହଠାତ ବର୍ଷା ହେବାରୁ ଖେଳକୁ ୭ ମିନିଟ ପାଇଁ ବନ୍ଦ ରଖା ଯାଇଥିଲା । ବର୍ଷାର ପ୍ରଭାବରେ ଖେଳର ଗତିରେ ସାମାନ୍ୟ ମନ୍ଥରତା ଆସିଥିଲା । ପ୍ରଥମକ୍ଷର୍ଦ୍ଧର ଖେଳ ଗୋଲଶୂନ୍ୟ ଭାବେ ସମାପ୍ତ ହେବାପରେ ଦ୍ୱିତୀୟକ୍ଷର୍ଦ୍ଧର ଖେଳ ଅଧିକ ଗତିଶୀଳ ହୋଇଥିଲା । ଏଥିରେ ଉଭୟ ଦଳ କେତୋଟି ନିଶ୍ଚିତ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେହେଁ ଶେଷ ସ୍ପର୍ଶ ଦେବାରେ ସଫଳ ହୋଇପାରିନଥିଲେ । ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ଭାବେ ଖେଳ ସମାପ୍ତ ହେବାରୁ ଟାଇ ବ୍ରେକର ପଦ୍ଧତିର ଆଶ୍ରୟ ନିଆଯାଇଥିଲା । ଏଥିରେ ସୁନ୍ଦରଗଡ଼ର ଗୋଲ କିପର ଆକାଶ ଓରାମ ଅତି ଚମତ୍କାର ଭାବେ ତିନୋଟି ପେନାଲ୍ଟି କିକକୁ ଗୋଲ ହେବାରୁ ରକ୍ଷା କରି ସୁନ୍ଦରଗଡ଼ ଦଳକୁ ୩-୧ ଟାଇ ବ୍ରେକର ଗୋଲରେ ଜିତାଇବାରେ ମୁଖ୍ୟ ପୁରୋଧା ସାଜିଥିଲେ । ଏଥିସହ କେନ୍ଦୁଝର ଜୋନରୁ ସୁନ୍ଦରଗଡ଼ ଜିଲ୍ଲା ସେମି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।
ଆଜି ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ନୀତିନ କୁଶଲକରଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆ ଯାଇଥିଲା । ଏହି ଟୁର୍ନାମେଣ୍ଟର ସଂଯୋଜକ ଗଣେଶ୍ୱର ମହାନ୍ତ, ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ,ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ ସୁରେଶ ରଣା, ରାଜକୁମାର ମିଶ୍ର, , ସନାତନ ବେହେରା, ସନ୍ଦୀପ ବେହେରା,ଗିରୀଶ ଚନ୍ଦ୍ର ହୋତା,ବୀରେନ୍ଦ୍ର ମହାନ୍ତ, ଦିଲ୍ଲୀପ କୁମାର ପଣ୍ଡା ଏବଂ ମାର୍କଣ୍ଡ ସାମଲ ପ୍ରମୁଖ ମଂଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳରେ ସୁବ୍ରତ ପୁରୋହିତ ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ଉତ୍କଳମଣି ବେହେରା ଓ ଶୁଭମ ପାତ୍ର ସହାୟତା କରିଥିଲେ କ୍ଷ ଚତୁର୍ଥ ରେଫରୀ ଥିଲେ ଚକ୍ରଧର ଚାଟକ୍ଷର । ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଫାଓ ର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ କେନ୍ଦୁଝର ଜୋନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତା ଭାବେ ଓ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ କ୍ଷ ଏହି ପ୍ରତିଯୋଗିତାର ଭାଷ୍ୟକାର ପ୍ରେମାନନ୍ଦ ମହାନ୍ତ ଓ କ୍ଷୀରୋଦ କୁମାର ଗିରି ଧାରାବିବରଣୀ ପ୍ରଦାନ କରିବା ସହ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA