କନ୍ଧମାଳ, ୨୩ ଜୁଲାଇ(ହି.ସ.) – ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ତ୍ରିସ୍ତରୀୟ ପଂଚାୟତରାଜ ନିର୍ବାଚନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଆଗାମୀ ତ୍ରିସ୍ତରୀୟ ପଂଚାୟତରାଜ ନିର୍ବାଚନର ସମୀକ୍ଷା କରିବା ସହିତ ଆଗକୁ କ’ଣ କ’ଣ ପଦକ୍ଷେପ ନେଲେ ନିର୍ବାଚନ ସୁରୁଖୁରରେ ହୋଇପାରିବ ଏବଂ ଲୋକମାନେ ଏଥିରେ ବହୁମାତ୍ରାରେ ଭାଗନେଇ ନିଜର ଯୋଗ୍ୟ ପ୍ରତିନିଧି ଚୟନ କରି ଗ୍ରାମ, ପଂଚାୟତ ଓ ଜିଲ୍ଲାର ବିକାଶରେ ଯୋଗଦାନ ଦେଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ବୌଦ୍ଧ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ-ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଉପଜିଲ୍ଲାପାଳ, ବାଲିଗୁଡ଼ା ଡଃ. ରୀନା ପ୍ରଧାନ, ଉପଜିଲ୍ଲାପାଳ, ବୌଦ୍ଧ ଶ୍ରୀ ପ୍ରବୀଣ କୁମାର ବାଣୁଆ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପରିଷଦର କାର୍ଯ୍ୟନିର୍ବାହ ଅଧିକାରୀ, ପଂଚାୟତ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ, ସରକାରୀ କର୍ମଚାରୀ ଆଦି ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ