ବଜାରକୁ ଆସିଲା ଭିଭୋ-ଏଫ୍‌ଇର ନୂତନ ମୋଡେଲ୍
ଭଦ୍ରକ, ୨୩ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ମୁଖ୍ୟ ବଜାର କଲେଜଛକ ଠାରେ ଥିବା ସାହୁ ଇଲୋକ୍ଟ୍ରୋନିକ୍ସି ଅତ୍ୟାଧୁନିକ ସୋ ରୁମ୍‌ରେ ମଙ୍ଗଳବାର ଭିଭୋ-୨୦୦ ଏଫ୍ ଇ ନୂତନ ମଡେଲ୍ ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ କେକ୍ କାଟି ଏହାକୁ ଉଦ୍‌ଘ
VIVO PHONE NEW MODEL UNMOCHANA PHOTO (4)


ଭଦ୍ରକ, ୨୩ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ମୁଖ୍ୟ ବଜାର କଲେଜଛକ ଠାରେ ଥିବା ସାହୁ ଇଲୋକ୍ଟ୍ରୋନିକ୍ସି ଅତ୍ୟାଧୁନିକ ସୋ ରୁମ୍‌ରେ ମଙ୍ଗଳବାର ଭିଭୋ-୨୦୦ ଏଫ୍ ଇ ନୂତନ ମଡେଲ୍ ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ କେକ୍ କାଟି ଏହାକୁ ଉଦ୍‌ଘାଟନ କରିବା ପରେ ନୂତନ ମୋବାଇଲକୁ କ୍ରୟ ପୂର୍ବକ ଉନ୍ମୋଚନ କରିଥିଲେ । ସୋ-ରୁମ୍ ର ପ୍ରୋପାଇଟର୍ ପ୍ରଦୀପ କୁମାର ସାହୁ ଏହି ନୂତନ ମୋଡେଲ୍ ମୋବାଇଲର ଗୁଣବତା ଓ ଅତ୍ୟାଧୁନିକ ସେବା ଉପରେ ମତ ରଖି ସାଧାରଣତଃ ଲ୍ୟାପ୍‌ଟପରେ ଯେଉଁ ସବୁ ସୁବିଧା ରହିଛି ସେହି ସୁବିଧା ମୋବାଇଲ୍‌ରେ ଉପଲବ୍ଧ ବୋଲି କହିଥିଲେ । ଏହି ମୋବାଇଲର ମୋଡେଲ୍ ଅତ୍ୟଧିକ ଛୋଟ ହୋଇଥିବା ବେଳେ କ୍ୟାମେରା, ପ୍ରସେସର, ବ୍ୟାଟେରୀ ସ୍ୱତନ୍ତ୍ର ଭାବେ କମ୍ପାନୀ ପ୍ରସ୍ତୁତ କରିଥିବା ପ୍ରକାଶ କରିଥିଲେ । ଏଥିସହ କମ୍ପାନୀ ପକ୍ଷରୁ ମୋବାଇଲରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଗଲେ ଘରେ ଆସି ସର୍ଭିସ ଦିଆଯିବ ବୋଲି ସୂଚନା ଦେଇଥିଲେ । ଭିଭୋ ପ୍ରମୋଟର ଶିବଶଙ୍କର ମିଶ୍ର, ଚନ୍ଦନ କୁମାର ସିଂହ ଏବଂ ସହଯୋଗୀ ଶିବ ଶଙ୍କର ଦାଶ, ଭାଗିରଥୀ ବେହେରା ପ୍ରମୁଖକଙ୍କ ସମେତ ଅନ୍ୟତମ ପ୍ରୋପାଇଟର ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଉପରୋକ୍ତ ନୂତନ ମୋଡେଲ୍ ମୋବାଇଲଟି କମ୍ପାନୀ ପକ୍ଷରୁ ଗତ ୧୪ ତାରିଖରେ ଲଚଂ କରାଯାଇଥିବା ବେଳେ ୨୨ ତାରିଖରେ ବଜାରରେ ବିକ୍ରୟ ଆରମ୍ଭ ହୋଇଥିଲା । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande