ଭିସୁଟରେ ମୋ ସାହିତ୍ୟରେ, ମୋ ସ୍ୱପ୍ନର ଓଡ଼ିଶା
ସମ୍ବଲପୁର, ୨୩ ଜୁଲାଇ(ହି.ସ.) – ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ଲିଟରାରୀ ସୋସାଇଟି ଆନୁକୂଲ୍ୟରେ “ମୋ ସାହିତ୍ୟରେ, ମୋ ସ୍ୱପ୍ନର ଓଡିଶା” ଶୀର୍ଷକ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ପ୍ରବକ୍ତା, ସାହିତ୍ୟିକ ଓ ଗବେଷକ ପଦ୍ମଶ୍ରୀ ପଣ୍ଡିତ ଡ଼. ଅନ୍ତର୍ଯାମୀ ମିଶ୍ର ମ
ଭିସୁଟରେ 'ମୋ ସାହିତ୍ୟରେ, ମୋ ସ୍ୱପ୍ନର ଓଡିଶା'


ଭିସୁଟରେ 'ମୋ ସାହିତ୍ୟରେ, ମୋ ସ୍ୱପ୍ନର ଓଡିଶା'


ସମ୍ବଲପୁର, ୨୩ ଜୁଲାଇ(ହି.ସ.) – ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ଲିଟରାରୀ ସୋସାଇଟି ଆନୁକୂଲ୍ୟରେ “ମୋ ସାହିତ୍ୟରେ, ମୋ ସ୍ୱପ୍ନର ଓଡିଶା” ଶୀର୍ଷକ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ପ୍ରବକ୍ତା, ସାହିତ୍ୟିକ ଓ ଗବେଷକ ପଦ୍ମଶ୍ରୀ ପଣ୍ଡିତ ଡ଼. ଅନ୍ତର୍ଯାମୀ ମିଶ୍ର ମୁଖ୍ୟ୍ୱକ୍ତା ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଡ଼. ମିଶ୍ର ଓଡ଼ିଆ ସାହିତ୍ୟର ଗଭୀରତା, ଆତ୍ମା ଓ ସଂସ୍କୃତିକ ମୂଲ୍ୟ ବିଷୟରେ ତାଙ୍କର ଦୃଢ ଦୃଷ୍ଟିକୋଣ ଓ ଅନୁଭୂତି ସହ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ। ମୋ ସାହିତ୍ୟରେ ମୋ ସ୍ୱପ୍ନର ଓଡ଼ିଶା କେବଳ ଏକ ଅଭିବ୍ୟକ୍ତି ନୁହେଁ, ଏହା ଓଡ଼ିଶାର ଭବିଷ୍ୟତ ଆଧାରିତ ଦୃଷ୍ଟିକୋଣ, ଯାହା ଭାଷା ଓ ସାହିତ୍ୟ ମାଧ୍ୟମରେ ଗଢ଼ିଉଠିଥିବା ଏକ ଓଡ଼ିଶା ରୂପରେ ପ୍ରକାଶିତ ହୋଇଥିଲା। ଶବ୍ଦରେ ଓଡ଼ିଆ ସାହିତ୍ୟ ହେଉଛି ଏକ ଅଦୃଶ୍ୟ ଶକ୍ତି ଯାହା ଜନମେ ଜନମେ ଜନତାଙ୍କ ଭିତରେ ଅନୁପ୍ରେରଣା ଦେଇଥାଏ ବୋଲି ଡ଼. ମିଶ୍ର କହିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ସିଡିସିସି ଡିନ୍‌, ପ୍ର. ଡ. ଗଣେଶ୍ୱର ନାଥ ନିଜ ସ୍ୱାଗତ ସଂଭାଷଣରେ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଡ଼. ଦୀପକ କୁମାର ସାହୁ, ଡ଼. ମିଶ୍ରଙ୍କ ସାହିତ୍ୟ ଓ ଭାଷା ପ୍ରତି ଅନୁପମ ଅବଦାନ ପ୍ରତି ବିଶେଷ ଶ୍ରଦ୍ଧା ଓ କୃତଜ୍ଞତା ଜଣାଇଥିଲେ। ବିଶ୍ୱବିଦ୍ୟାଳୟର କୂଳସଚିବ ପ୍ରଦୀପ କୁମାର ଡାଙ୍ଗ୍ ଓଡ଼ିଆ ସାହିତ୍ୟ ଓ ପରମ୍ପରା, ଗରିମା ସମ୍ପର୍କରେ ଆଲୋକପାତ କରିଥିଲେ। ଭିସୁଟ ଲିଟରାରୀ ସୋସାଇଟି ର ଉପଦେଷ୍ଠା ଡ଼. ଦେବସ୍ମିତା ମିଶ୍ର ସଭା ସଂଯୋଜନା କରିଥିଲେ। ଏହି ଅବସରରେ ଲିଟରାରୀ ସୋସାଇଟି ପକ୍ଷରୁ ଡ଼. ଅନ୍ତର‌୍ୟାମୀ ମିଶ୍ରଙ୍କୁ ଲିଟେରାରୀ ଲରିଏଟ୍ ଅଫ୍ ଓଡିଶା ର ସମ୍ମାନ ପ୍ରଦାନ କରାଯାଇଥିଲା।

ଲିଟରରୀ ସୋସାଇଟି ର ଏହି ପ୍ରୟାସ ଓଡ଼ିଆ ସାହିତ୍ୟ ପ୍ରତି ଏକ ନୂଆ ଚେତନା ଓ ଉତ୍ସାହ ସୃଷ୍ଟି କରିଛି, ଯାହାକି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ସାହିତ୍ୟ ସଙ୍ଗଠନ ଓ ସଂସ୍କୃତିକ ଚେତନା ବୃଦ୍ଧିରେ ସହାୟକ ହେବ ବୋଲି ସାହିତ୍ୟିକମାନେ ମତ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande