କେନ୍ଦ୍ରାପଡ଼ା, ୨୩ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଯୌନ ଉତ୍ପୀଡ଼ନ ସୁରକ୍ଷା ଓ ଏସ୍.ସି. ଓ ଏସ୍.ଟି. ଆଟ୍ରୋସିଟ ଆଇନ ଉପରେ ଏକ ସଚେତନତା ଶିବିର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ କର୍ମସ୍ଥଳୀରେ କିପରି ଯୌନ ଶୋଷଣର ଶିକାର ହେଉଛନ୍ତି ଓ ଏହାକୁ କିପରି ରୋକାଯାଇ ପାରିବ ସେ ସଂପର୍କରେ ସଚିବ ଶ୍ରୀ ମହାପାତ୍ର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏଥିସହିତ ଏହି ନିୟମ ଅଧିନରେ ଆଇନର ବ୍ୟବସ୍ଥାଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ବୁଝାଇ ଥିଲେ। ଉକ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆଟ୍ରୋସିଟ ଆଇନ ଉପରେ ସଚେତନ କରାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜୀବି ରମଣୀ ରଂଜନ ରାଉତରାୟ, ଡିଫେନ୍ସ କାଉନସିଲ, ଦେବାଶିଷ ସାହୁ, ଅଧ୍ୟାପକ ବିକ୍ରମ ଚରଣ ପରିଡ଼ା, କେଦାରଗୌର ଜେନା, ଭକ୍ତବନ୍ଧୁ ଓଝା, ଅଧ୍ୟକ୍ଷ ଜଳଧର ଦାସ, ଅଧ୍ୟାପିକା ପ୍ରତିପ୍ରଜ୍ଞା ସାମଲ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି