ଜଲିଉଡ ମଂଚରେ ଅଜଗର ସାପ ସହ ଅଭିନୟ କରିବା ଘଟଣା : ବନ ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ଅଭିନେତା
ଧର୍ମଶାଳା,୨୩ଜୁଲାଇ(ହି.ସ.) - ଜଲିଉଡ ମଂଚରେ ଦିନକୁ ଦିନ ନୂଆ ନୂଆ ବିବାଦ ଘେରକୁ ଆସୁଥିବା ବେଳେ ଗତ କାଲି ଆଉ ଏକ ବିବାଦୀୟ ଘଟଣା ସାମ୍ନାକୁ ଆସିଥିବା ଧେକିବାକୁ ମିଳିଥିଲା । ତୁଳସୀ ଗଣନାଟ୍ୟ ଯାତ୍ରା ମଂଚରେ ଅଜଗର ସାପ ସହ ଅଭିନେତାଙ୍କ ଅଭିନୟକୁ ନେଇ ଏବେ ବିବାଦ ଦେଖା ଦେଇଛି । ଯାତ୍ରା ଆଖଡାଶାଳାରେ ଏ
ବନ ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ଅଭିନେତା


ଧର୍ମଶାଳା,୨୩ଜୁଲାଇ(ହି.ସ.) - ଜଲିଉଡ ମଂଚରେ ଦିନକୁ ଦିନ ନୂଆ ନୂଆ ବିବାଦ ଘେରକୁ ଆସୁଥିବା ବେଳେ ଗତ କାଲି ଆଉ ଏକ ବିବାଦୀୟ ଘଟଣା ସାମ୍ନାକୁ ଆସିଥିବା ଧେକିବାକୁ ମିଳିଥିଲା । ତୁଳସୀ ଗଣନାଟ୍ୟ ଯାତ୍ରା ମଂଚରେ ଅଜଗର ସାପ ସହ ଅଭିନେତାଙ୍କ ଅଭିନୟକୁ ନେଇ ଏବେ ବିବାଦ ଦେଖା ଦେଇଛି । ଯାତ୍ରା ଆଖଡାଶାଳାରେ ଏକ ନାଟକରେ ରିୟଲସେଲ ଚାଲିଥିବା ବେଳେ ସାପକୁ ଧରି କଳାକାର ସାଇ ସତ୍ୟଜିତ ପଣ୍ଡା ଅଭିନୟ କରୁଥିବାର ଦୃଶ୍ୟ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏହି ଘଟଣା ଯାଜପୁର ଜିଲା ବାଲିଚନ୍ଦ୍ରପୁର ନିକଟ ଆଖଡାଶାଳରେ ନାଟକ ରିୟଲସେଲ ଚାଲିଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ପୂର୍ବରୁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ନେଇ ବିବାଦ ଦେଖା ଦେଇଥିଲା । ଏବେ ପୁଣି ଯାତ୍‌୍ରା ମଂଚରେ ସାପ ଖେଳକୁ ନେଇ କଳାକାର ଅଭିନୟ କରୁଥିବା ଦୃଶ୍ୟ ଘଟଣା ଏବେ ବିବାଦ ଘେରକୁ ଟାଣି ଆଣି ଥିଲା । ଏହି ଖବର ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ରାତିରେ ବୈରୀ ରେଞ୍ଜ,ଡାଳିଯୋଡା ଓ ଚଣ୍ଡିଖୋଲ ବନବିଭାଗ ଆଖଳାଶାଳରେ ପଂହଚି ତଦନ୍ତ ଚଳାଇ ଥିଲେ । ସେଠାରେ ଅଭିନେତା ସାଇ ନ ଥିବାରୁ ବନ ବିଭାଗ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ୍ ଦେଇଥିଲେ । ତେବେ ଆଜି ବୈରୀ ରେଞ୍ଜରେ କାର୍ଯ୍ୟାଳୟରେ ସାଇ ହାଜର ହୋଇ ସାପ ରଖିବା ପାଇଁ ଆବଶ୍ୟକୀୟ କାଗଜପତ୍ର ବନ ବିଭାଗ ଅଧିକାରୀଙ୍କୁ ଦେଖାଇ ଥିଲେ । ସାଇଙ୍କୁ ପଚରାଉଚୁରା କରିବା ସହ ସମସ୍ତ କାଗଜପତ୍ର ଯାଂଚ କରାଯାଇଥିବା ଜଣାପଡିଛି । ସାଇ କିଣି ଆଣିଥିବା ସାପର କାଗଜପତ୍ର ଦାଖଲ କରିଛନ୍ତି । ଏ କେଉଁ ପ୍ରକାର ସାପ । ପ୍ରାୟତଃ ୩ ପ୍ରକାର ସାପ ରହିଥାନ୍ତି । ଭାରତ କିମ୍ବା ଆଫ୍ରିକାରେ । ଏହି ସାପ ଟିକେ ଅଲଗା ପରି ଲାଗୁଛି । ତେବେ ସେ ଯେଉଁ ସ୍ଥାନରୁ କିଣି ଆଣିଛନ୍ତି ସେ ଦୋକନର ଲାଇସେନ୍ସ ଅଛିକି ନାହିଁ ତାହା ତଦନ୍ତ କରାଯିବ । ଯଦି ଏହାର ବ୍ୟତିକ୍ରମ ହୋଇଥାଏ ତାହା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ରେଞ୍ଜର ଅଦୈତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande