ଭୁବନେଶ୍ୱର, ୨୩ ଜୁଲାଇ (ହି.ସ)- ରାଜ୍ୟର ୧୦୨ ଉଚ୍ଚ ବିଦ୍ୟାଳୟକୁ ଉନ୍ନତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଏହି ନିଷ୍ପତି ଦ୍ୱାରା ଯୁକ୍ତ ଦୁଇ ପାଠ ପଢ଼ାରୁ ବଂଚିତ ହେଉଥିବା ପିଲା ଏବେ ନିଜ ପାଖ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଶିକ୍ଷା ଲାଭ କରି ପାରିବେ। ସମଗ୍ର ଶିକ୍ଷା ଅଧୀନରେ ଉତମ ଶିକ୍ଷା ଲାଭ କରି ଏକ ସୁସ୍ଥ ଓ ଶିକ୍ଷିତ ସମାଜ ଗଠନରେ ସହାୟ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା