ଭୁବନେଶ୍ୱର, 23 ଜୁଲାଇ (ହି.ସ.)- ରାଜଧାନୀରେ କାର୍ଯ୍ୟରତ ମହିଳା କବିତା ରେଡ୍ଡୀଙ୍କ ୨
ଶିଶୁ ପୁତ୍ର ନିଖୋଜ ଘଟଣା । ପୁରୀରୁ ୨ ପୁତ୍ର ମିଳିଥିବା ନେଇ କବିତା ସୂଚନା ଦେଇଛନ୍ତି ।
ଶନିବାର ଘର ନିକଟରୁ ୨୦୦ ମିଟର ଦୂରରେ ଦୁଇ ଭାଇ ଖେଳୁଥିଲେ ତା ପରଠୁ ଆଉ ପାଇ ନଥିଲେ ମା। ବହୁ
ଖୋଜା ଖୋଜି ପରେ ଥାନାରେ ଏତଲା ଦେଇଥିଲେ। ପରେ ପୁରୀରେ ପିଲା ଥିବାର ସୂଚନା ମିଳିବା ପରେ ପୁରୀ
ପୋଲିସ ତାଙ୍କୁ ଅବଗତ କରେଇବା ପରେ ଆଜି ମା, ବାପା ପୁରୀ ଯିବେ। ପୁରୀରେ ଥାନା ଅଧିକାରୀଙ୍କ ନିକଟରେ ପିଲା ନାହିଁ। ଯିଏ ଅଭିଯୁକ୍ତ
ତା ପାଖେ ପିଲା ଥିବା ମା ସୂଚନା ଦେଇଛନ୍ତି । ସେ ଏବେ ଏକ ଲକ୍ଷ ଟଙ୍କା ମାଗୁଥିବା ମା କବିତା
ରେଡ୍ଡୀ ଅଭିଯୋଗ କରିଛନ୍ତି। ଆଜି ପୁରୀ ଯିବେ କବିତା ଓ ତାଙ୍କ ପରିବାର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା