ଗାଁକୁ ରାସ୍ତା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୨ ମାସ ସମୟ ଦିଆଯାଇଛି - ମନ୍ତ୍ରୀ
ଭୁବନେଶ୍ୱର,୨୩ ଜୁଲାଇ (ହି.ସ)- ରାଜ୍ୟର ସବୁ ଗାଁକୁ ରାସ୍ତା ବାବଦରେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଥିବା ନେଇ କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏ। ଗାଁକୁ ରାସ୍ତା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୨ ମାସ ସମୟ ଦିଆଯାଇଛି । ପଂଚାୟତି
ଗାଁକୁ ରାସ୍ତା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୨ ମାସ ସମୟ ଦିଆଯାଇଛି - ମନ୍ତ୍ରୀ


ଭୁବନେଶ୍ୱର,୨୩ ଜୁଲାଇ (ହି.ସ)- ରାଜ୍ୟର ସବୁ ଗାଁକୁ ରାସ୍ତା ବାବଦରେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଥିବା ନେଇ କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏ। ଗାଁକୁ ରାସ୍ତା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୨ ମାସ ସମୟ ଦିଆଯାଇଛି । ପଂଚାୟତିରାଜ, ଆରଡି, ଆର ଆଣ୍ଡ ବି ବିଭାଗର ରାସ୍ତା ଥିବା ବେଳେ କିଛି ରାସ୍ତା ଜଳସେଚନ ବିଭାଗ ଅଧିନରେ ଅଛି । ତେଣୁ ଏହି ବିଭାଗ ଗୁଡିକ ଅଧୀନରେ କେତେ ରାସ୍ତା ଅଛି, ତାହା ଜିଲ୍ଲା ସମୀକ୍ଷା ସମୟରେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଜନସଂଖ୍ୟା, କେତେ କିଲୋମିଟର ରାସ୍ତା ଅଛି ଚିହ୍ନଟ କରି ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande