ଭୁବନେଶ୍ୱର, ୨୩ ଜୁଲାଇ (ହି.ସ)- ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତିକୁ କୁଳାଧିପତି ତଥା ରାଜ୍ୟପାଳ ରଦ୍ଦ କରିଛନ୍ତି। ଆଗକୁ ନୂଆ କୁଳପତି ନିଯୁକ୍ତି ନେଇ ନୂଆ ଅଧ୍ୟାଦେଶ ଅଣାଯିବ। ଏନେଇ ଓଡ଼ିଶା ଉଚ୍ଚ ନ୍ୟାୟଳୟକୁ ଜଣାଇଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ନିଯୁକ୍ତି ବେଆଇନ୍ ଦର୍ଶାଇ ଆଇନଜୀବୀ ପ୍ରବୀର୍ ଦାସ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା