ଭୁବନେଶ୍ୱର, ୨୩ ଜୁଲାଇ (ହି.ସ)- ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ୱର ବିଏମସିର କାର୍ଯ୍ୟନିର୍ବାହୀ ଇଂଜିନିୟର ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର ବଡ଼ଗଡ଼ ବାସଭବନ ସମେତ ୪ଟି ସ୍ଥାନ ଯଥା ବାଲିଅନ୍ତା ତହସିଲ ସ୍ଥିତ ଫାର୍ମ ହାଉସ, ରାୟଗଡା ଜିଲ୍ଲାର ପୈତୃକ ଘର, ରାୟଗଡା ଗୁଣୁପୁରର ଅନ୍ୟ ୨ଟି ସ୍ଥାନରେ ଚଢାଉ ହୋଇଛି। ଚଢାଉ ବେଳେ ଏନଜିକ୍ୟୁଟିଭ୍ ଇଂଜିନିୟରଙ୍କର ଅମାପ ସମ୍ପତି ଠାବ କରିଛି ଭିଜିଲାନ୍ସ।
ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ବ୍ରିଟ କଲୋନୀର ଅଂଚଳରେ ତିନି ମହଲା କୋଠା ରହିଥିବା ବେଳେ ଘରୁ ୨୦୦ ଗ୍ରାମର ସୁନା ଅଳଙ୍କାର ସହଅନେକ ମୂଲ୍ୟବାନ ଆସବାବପତ୍ର ସିଜ କରିଛି ଭିଜିଲାନ୍ସ ଟିମ। ଘରେ ନଗଦ ଟଙ୍କା କମ୍ ଥିଲେ ମଧ୍ୟ କୁବେର ଇଂଜିନିୟର ଜଗନ୍ନାଥଙ୍କ ୬ ଟି ସେଭିଂ ବ୍ୟାଙ୍କ ଆକାଉଂଟ ସହ ୧ ଏଫଡ଼ି , ୨୮ ଲକ୍ଷ ୪୪ ହଜାର ୩ଶହ ଟଙ୍କାର ମିଚ୍ୟୁଆଲ ଫଣ୍ଡରେ ଇନଭେଷ୍ଟ କରିଥିବା ସୂଚନା ମିଳିଛି। ଅନ୍ୟପଟେ ବାଲିଅନ୍ତା ତହସିଲ ସ୍ଥିତ ରଣପୁର ମୌଜା ଅଂଚଳରେ ୧.୫୭ ଏକରର ଫାର୍ମ ହାଉସରେ ମଧ୍ୟ ଭିଜିଲାନ୍ସ ଟିମ ଛାନଭିନ କରିବା ସହ ବାବୁଙ୍କ ମାଛ ପୋଖରୀ, ନଡ଼ିଆ ଗଛ, ଫଳ ବଗିଚା, କୁକୁଡ଼ା ଫାର୍ମର ମୂଲ୍ୟ ଆକଳନ କରୁଛି। ଖାଲି ସେତିକି ନୁହେଁ ଏହି କୁବେର ଇଂଜିନିୟରଙ୍କ ଖଣ୍ଡଗିରି ଅଂଚଳରେ ଏକ ତିନି ମହଲା କୋଠା ଘର ରହିଥିବା ବେଳେ ବଡ଼ଗଡ଼ ବ୍ରିଟ ଅଂଚଳର ଏହି ପିଆର୧୨ ନମ୍ବର ନିଜସ୍ୱ ଘର ସହ ଆଉ ଏକ ଘର ଥିବାର ମଧ୍ୟ ସୂଚନା ଦେଇଛି ଭିଜିଲାନ୍ସ।
ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ୱାରେଂଟ ବଳରେ ଭୁବନେଶ୍ୱର ଓ ଗୁଣୁପୁରର ୪ଟି ସ୍ଥାନରେ ଏକସଙ୍ଗରେ ଚଢାଉ କରାଯାଇଛି।ଏହି ରେଡ୍ରେ ୬ଜଣ ଡିଏସପି, ୧୦ ଇନସପେକ୍ଟର ଓ ଅନ୍ୟ ସହଯୋଗୀ ଷ୍ଟାଫ୍ ମାନେ ସାମିଲ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା