କୋରେଇ, ୨୩ ଜୁଲାଇ (ହି.ସ.) - ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ମୁଳଖମ୍ବ ଗ୍ରାମର ବିଶ୍ୱନାଥ ପାତ୍ରଙ୍କ ପ୍ରଥମ ସ୍ତ୍ରୀ ସୋନିଆ ପାତ୍ର ନ୍ୟାୟ ପାଇବା ପାଇଁ ଆଜି ଏସପିଙ୍କ ନିକଟରେ ଗୁହାରୀ କରିଛନ୍ତି । ଗତ ୧୦ ତରିଖ ରାତ୍ରିରେ ଘଟିଥିବା ଅମାବନୀୟ ଗଟଣାରେ ଏତଲା ଦେବା ପରେ ସୁକିନ୍ଦା ପୁଲିସ କେବଳ ମାମଲା ରୁଜ୍ଜୁ କରି ହାତବାନ୍ଧି ବସିଥିବା ବେଳେ ନିଜ ସୁରକ୍ଷା ଓ ସମ୍ମାନ ଓ ଅଧିକାର ପାଇ ଏସପିଙ୍କୁ ଗୁହାରୀ କରିଛନ୍ତି । ଅଭିଯୋଗ ମୁତାବକ ସୋନିଆ ନାବାଳିକା ଥିବା ସମୟରେ ବିଶ୍ୱନାଥ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସର୍ମ୍ପକ ରଖି ଉଠାଇ ଆଣି ୨୦୧୩ ମସିହା ତାଙ୍କୁ ବିବାହ କରିଥିଲେ । ପରିବାରର ସ୍ଥିତି ଓ ଲୋକ ଲଜ୍ଜ୍ୟା ଭୟରେ ସେ ଏହାକୁ ଗ୍ରହଣ କରି ଚୁପ ରହିଥିଲେ । ଏବେ ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ମଧ୍ୟ ଅଛନ୍ତି । କିଛି ବର୍ଷ ପରେ ବିଶ୍ୱନାଥ ତାଙ୍କୁ ଶାରିରୀକ ଓ ମାନସିକ ସହିତ ଯୌତୁକ ନିର୍ଯ୍ୟାତନା ଦେଉଥିଲେ । ପରେ ସେ ଅନ୍ୟ ଏକ ଝିଅକୁ ବିବାହ କରି ଯାଜପୁରରୋଡ ଆସି ରହିବା ସହ ତାଙ୍କ ବଡ ଝିଅକୁ ନେଇଆସି ଘରେ ରଖି କାମଧନ୍ଦା କରାଉଛନ୍ତି । ଏନେଇ ଅଦାଲତରେ ମଧ୍ୟ ମାମଳା ରୁଜ୍ଜୁ ହୋଇଛି । ପରିବାର ଲୋକମାନଙ୍କ ସହିତ କୌଣସି ସର୍ମ୍ପକ ରଖିନଥିବା ବେଳେ ଗତ ୧୦ ତାରିଖ ରାତ୍ରିରେ ମୂଳଖମ୍ବ ଗ୍ରାମରେ ସୋନିଆ ଦୁଇ ପୁଅଙ୍କ ସହ ଶାଶୁଘରେ ଶୋଇଥିବା ବେଳେ ବିଶ୍ୱନାଥ ପହଂଚି କାବାଟ ବାଡେଇଥିଲେ । ଘର କବାଟ ଖୋଲିବା କ୍ଷଣି ତୁ ମୋ ରାସ୍ତାର କଂଟା ତୋତେ ହଟାିବାକୁ ପଡିବ କହି ଜୀବନରୁ ମାରିଦେବା ଉଦ୍ଦ୍ୟେଶରେ ତଂଟି ଚିପିଧରିଥିଲେ । କୌଶଳ କ୍ରମେ ସୋନିଅ ଖସି ଯାଇ ନିକଟସ୍ଥ ବାପ ଘରକୁ ଦୌଡି ଯାଇ ତାଙ୍କୁ ଡାକି ଆଣିବା ବେଳକୁ ବିଶ୍ୱନାଥ ବାଇକ ଯୋଗେ ପଳାଇବା ସହ ଘରେ ଥିବା ୪୩୦୦ ଟଙ୍କା ନେଇ ପଳାଇଥିଲେ । ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୧୭୦/୨୫ ରୁଜ୍ଜୁ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଯାହା ଫଳରେ ସୋନିଆ ଓ ତାର ପରିବାର ପ୍ରତି ବିପଦ ଦେଖାଦେଇଛି । ଶେଷରେ ନିରାଶ ହୋଇ ସୋନିଆ ତାର ଦୁଇ ପୁଅ ଓ ବାପାଙ୍କୁ ଧରି ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ