ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗୋପାଳ
ଧର୍ମଶାଳା,୨୩ଜୁଲାଇ(ହି.ସ.) - ରକ୍ତ ଦାନ ମହତ ଦାନ । ରକ୍ତ ପାଇଁ କାହାର ଜୀବନ ନ ଯାଉ । ଗରିବ ହେଉ ଅବା ଧନି ଲୋକଟିଏ ସମସ୍ତଙ୍କ ପାଇଁ ରୋଗ ହେଲେ ରକ୍ତର ଆବଶ୍ୟକତା ରହିଛି । କେହି ରକ୍ତ ବିନା ଜୀବନ ନ ଯିବ ଏହି ମହତ ଉଦ୍ଦେଶ୍ୟ ଦେଇ ଦିନ ହେଉ ଅବା ରାତି । ଖବର କାନରେ ପଡିଲେ ଯାଇଁ ପଂହଚି ଯାଆନ୍ତି ମେଡିକ
V


ଧର୍ମଶାଳା,୨୩ଜୁଲାଇ(ହି.ସ.) - ରକ୍ତ ଦାନ ମହତ ଦାନ । ରକ୍ତ ପାଇଁ କାହାର ଜୀବନ ନ ଯାଉ । ଗରିବ ହେଉ ଅବା ଧନି ଲୋକଟିଏ ସମସ୍ତଙ୍କ ପାଇଁ ରୋଗ ହେଲେ ରକ୍ତର ଆବଶ୍ୟକତା ରହିଛି । କେହି ରକ୍ତ ବିନା ଜୀବନ ନ ଯିବ ଏହି ମହତ ଉଦ୍ଦେଶ୍ୟ ଦେଇ ଦିନ ହେଉ ଅବା ରାତି । ଖବର କାନରେ ପଡିଲେ ଯାଇଁ ପଂହଚି ଯାଆନ୍ତି ମେଡିକାଲରେ ରକ୍ତ ଦେବା ପାଇଁ । ପ୍ରତିମୁହୂର୍ତରେ ଆବଶ୍ୟକ ପଡିଲେ ମନେ ପଡନ୍ତି ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଅନ୍ତର୍ଗତ ବେଣିପୁର ଗ୍ରାମର ଯୁବ ସମାଜସେବୀ ଗୋପାଳ ସାମଲ । ବ୍ୟକ୍ତିଗତଭାବେ ପ୍ରତି ତିନି ମାସ ବ୍ୟବଧାନରେ ନିୟମିତଭାବେ ରକ୍ତଦାନ କରିବା ସହିତ ସେ ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଂହ୍ୟାଣ୍ଡ ସଂଗଠନ ମାଧ୍ୟମରେ ଯାଜପୁର ଜିଲା ସମେତ କଯକ,ଭଦ୍ରକ ଓ ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଥବବା ଚିକିତ୍ସାଳୟରେ ନିଜର ହେଉ ଅବା ଅଜଣା ରୋଗୀଙ୍କ ପାଇଁ ହେଉ ଜରୁରୀ କାଳୀନ ପରିସ୍ଥିତିରେ ରକ୍ତର ଆବଶ୍ୟକତାକୁ ଲକ୍ଷ କରି ସେ ତାଙ୍କ ପିତାଙ୍କ ନାମରେ ଗୋଲଖ ସାମଲ ସ୍ମୃତି ସଂସଦ ନାମକ ଏକ ଅନୁଷ୍ଠାନ କରି ବର୍ଷରେ ବହୁବାର ରକ୍ତଦାନ ଶିବିରମାନ ଆୟୋଜନ କରୁଛନ୍ତି । ସେ ୬୧ ଥର ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବଳ ରକ୍ତଦାନରେ ସୀମିତ ନ ରହି ସେ ଏବଂ ତାଙ୍କ ସଂଗଂନ ଶବସତ୍କାର,ଶୁଦ୍ଧିକ୍ରୀୟାରେ ସହାୟତା ସହ ବିଭିନ୍ନ ସ୍ଥାନରେ ଚାରାରୋପଣ ,ଗ୍ରୀଷ୍ମ ଦିନେ ଜଳଛତ୍ର କେନ୍ଦ୍ର,ସଅସହାୟ ପରିବାରଙ୍କୁ ସହଯୋଗ କରିବା ଶିକ୍ଷା ସଚେତନତା ସାଂଗକୁ ନିଶା ମୁକ୍ତ ଓଡିଶା ଗଠନ ସଚେତନତା କାର୍ଯ୍ୟର୍କମ ଆଦି ହାତକୁ ନେଇ ନିଜକୁ ସମାଜିକ କ୍ଷେତ୍ରରେ ନିୟୋଜିତ କରି ବେଶ୍ ଆନନ୍ଦ ଲାଭ କରିନ୍ତି ବୋଲି ଗୋପାଳ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande